ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୭।୧୧:- ଡାବୁଗାଁ ବ୍ଲକରଐତିହାସିକ ଶୈବ ପିଟ କେଲିଆରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଓ ଶେଷ ସୋମବାର ଅବସରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ନବରଙ୍ଗପୁର ଜିଲ୍ଲା ବ୍ୟତୀତ ଆଖପାଖ ଜିଲ୍ଲା ତଥା ଛତିଶଗଡ଼ ରୁ ମଧ୍ୟ ଶ୍ରଦ୍ଧାଳୁମାନେ ପ୍ରତ୍ୟୁଷରୁ ଆସିଥିଲେ ଶିବଙ୍କ ଦର୍ଶନ ପାଇଁ। କେଲିଆ ମନ୍ଦିର ପରିଚାଳନା କମିଟି ର ସଂପାଦକ ଶ୍ରୀ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ ଏବଂ ଅନ୍ୟମାନେ ସମସ୍ତ ବ୍ୟବସ୍ଥା ର ତଦାରଖ କରିଥିଲେ ତତ ସଙ୍ଗେସଙ୍ଗେ ମନ୍ଦିର କମିଟି ୧୦ ହଜାର ଭକ୍ତଙ୍କ ପାଇଁ ଅର୍ଣ୍ଣଭାଗର ବ୍ୟବସ୍ଥା କରିଥିଲେ। ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସତର୍କତା ଅବଲମ୍ବନ କରା ଯାଇଥିଲା। ସମସ୍ତ ଙ୍କ ସହଯୋଗ ରେ ସବୁ କାର୍ଯ୍ୟକାରୀ ହୋଇ ପାରିଥିଲା। ଏହି ଭଳି ଡାବୁଗାଁ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ପାଇଁ ଅର୍ଣ୍ଣଭାଗ ର ବ୍ୟବସ୍ଥା କରାଯାଇଥିଲା ,ଦେଉଳବନ୍ଧ ଓ ବାଘବେଡା ମନ୍ଦିର ରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲାକେଲିଆ ଶୈବପୀଠରେ ଆଜି ପାଖାପାଖି ୩୦ ଝଜାରରୁ ଉର୍ଦ୍ଧ ଭକ୍ତ ଶିବ ଭଗବାନ ଙ୍କ ଦର୍ଶନ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |