ପୁରୀ,୨୭।୧୧: ଆସନ୍ତା କାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନ ଏହି ସ୍କାନିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯାଇ ଫାଟ ଏବଂ ଅନ୍ୟାନ୍ୟ ସମସ୍ୟାକୁ ସମୀକ୍ଷା କରାଯିବ । ପରେ ପାର୍ଶ୍ୱ ଦେବ ଦେବୀଙ୍କ ମନ୍ଦିରକୁ ମଧ୍ୟ ସ୍କାନିଂ କରାଯିବ ।ଆସନ୍ତାକାଲି ହେବ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ । ରତ୍ନଭଣ୍ଡାରର ସ୍ଥିତିକୁ ଏଏସଆଇ ଦେବ ଫାଇନାଲ୍ ରିପୋର୍ଟ । ତେବେ ଲେଜର ସ୍କାନିଂ ପରେ ଏଏସଆଇ ଦେଇଥିବା ଫାଇନାଲ ରିପୋର୍ଟକୁ ବୈଷୟିକ ଟିମ୍ ସମୀକ୍ଷା କରିବେ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବାହାର କାନ୍ଥର ସ୍କାନିଂ କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ଏଏସଆଇ । ଏହା ପରେ ଏ ନେଇ ବୈଷୟିକ ଟିମ ଏନେଇ ସମୀକ୍ଷା କରିବ । ତେବେ ଏହାପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |