ଉତ୍ତରକାଶୀ ଟନେଲ ଭିତରେ ଫଶି ରହିଥିବା ଶ୍ରମିକମାନଙ୍କ ରେସ୍କ୍ୟୁ ଅପରେସନର ଆଜି ୧୬ ଦିନ

ନୂଆଦିଲ୍ଲୀ,୨୭।୧୧: ଉତ୍ତରକାଶୀର ସିଲକ୍ୟାରା ସୁଢଙ୍ଗରେ ଫସିଥିବା ମଜୁରିଆଙ୍କ ରେସ୍କ୍ୟୁ ଅପରେସନର ଆଜି ୧୬ ଦିନ । ପ୍ରତିଦିନ ଲଗାତାର ତାଙ୍କୁ ଉଦ୍ଧାର କରିବା ପାଇଁ ମେସିନ ଚାଲୁଛି ଏବଂ ପୁଣି କିଛି ଅସୁବିଧା ପାଇଁ ଅଟକ ରହୁଛି । ଦିନ-ରାତି ପରିଶ୍ରମ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇପାରିନି । ଏହି ସମୟରେ ଗ୍ରାମବାସୀ ବାବା ବୋଖନାଗଙ୍କ ପ୍ରକୋପ ବୋଲି ବିଶ୍ୱାସ କରୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସୁଢଙ୍ଗ ତିଆରି କାରଣରୁ ବାବା ରାହିଯାଛନ୍ତି, ସେଥିପାଇଁ ଉଦ୍ଧାରକାର୍ଯ୍ୟ ସଫଳ ହୋଇପାରୁନି । ଗ୍ରାମବାସୀଙ୍କ ଏହି ଦାବି ମଧ୍ୟ ରହଛି ଯେ, ଯେଉଁପର୍ଯ୍ୟନ୍ତ ବୋଖନାଗଙ୍କ ମନ୍ଦିର ସଂପୂର୍ଣ୍ଣ ନିର୍ମାଣ ହୋଇନାହିଁ ଏବଂ ତାଙ୍କୁ ବିଧିବଧ ଭାବେ ପୂଜା ଅର୍ଚ୍ଚନା କରାଯାଇନାହିଁ ସେପର୍ଯ୍ୟନ୍ତ ରେସ୍କ୍ୟୁ ହେବନାହିଁ |ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍‌କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍‌ର ବ୍ଲେଡ୍‌କୁ ବାହାର କରାଯାଇଛି। ପ୍ଲାଜମା କଟର୍‌ରେ କାଟି ଏହି ଭଗ୍ନାଂଶକୁ ବାହାର କରିଛନ୍ତି ରେସ୍କ୍ୟୁ ଟିମ୍‌। ଏହାପରେ ଏବେ ହାତରେ ଭର୍ଟିକାଲି ଖୋଳା ଚାଲିଛି। ଏନେଇ ଉଦ୍ଧାର କାମରେ ନିୟୋଜିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ଉତ୍ତରକାଶୀର ଏହି ଟନେଲ ଭିତରେ ଦୀର୍ଘ ୧୫ ଦିନ ହେବ ୪୧ ଶ୍ରମିକ ଫଶି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ମଧ୍ୟାହ୍ନରେ ଭର୍ଟିକାଲ ଡ୍ରିଲିଂ କାମ ଆରମ୍ଭ ହୋଇଛି। ୨୦ ମିଟର ଡ୍ରିଲିଂ ସରିଛି। ସେପଟେ ୮୦୦ ଏମ୍‌ଏମ୍‌ ପାଇପ ଭିତରେ ଯାଇ ରେସ୍କ୍ୟୁ ଟିମ୍‌ ହାତରେ ଖୋଳିବା ମଧ୍ୟ ଜାରି ରଖିଛନ୍ତି। ସେପଟେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି ବୋଲି ଏନ୍‌ଡିଆର୍‌ଏଫ୍‌ ସଦସ୍ୟ ସୈୟଦ ଅତା ହସନେନ୍‌ କହିଛନ୍ତି|ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏକା ସହ ୫ଟି ଯୋଜନା ଉପରେ କାମ ଚାଲିଛି। ଦେଶୀ ଓ ବିଦେଶୀ ମେସିନ୍‌ ଓ ବିଶେଷଜ୍ଞଙ୍କ ସହାୟତାରେ ସେମାନଙ୍କୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଲାଗିଛି। ଟନେଲ ଉପର ପଟୁ ମଧ୍ୟ ଡ୍ରିଲିଂ କରାଯାଉଛି। ତିନୋଟି ସ୍ତାନରେ ଭର୍ଟିକାଲ ଡ୍ରିଲିଂ ଚାଲିଛି। ସୁଡଙ୍ଗର ଅପରପାର୍ଶ୍ୱ ତଥା ବାଡକୋଟ୍‌ ସାଇଟ୍‌ରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଠାରେ ଟିଏଚ୍‌ଡିସି ୪ଟି ବିସ୍ଫୋରଣ କରି ୧୦.୭ ମିଟର ରାସ୍ତା ତିଆରି କରି ସାରିଲେଣି। ଏଥିସହ ୪୮୩ ମିଟରରେ ଦୂରରେ ୨ ମିଟର ଚଉଡା ପାଇପ୍‌ ପକାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!