ଗୁଜରାଟ ଟାଇଟନ୍ସର ନୂଆ କ୍ୟାପଟେନ ଶୁବମନ ଗିଲ

ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଳଗୁଡିକ ମଧ୍ୟ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନ ଲିଷ୍ଟ ଜାରି କରିଛନ୍ତି। ଓପନର ବ୍ୟାଟର ତଥା ଷ୍ଟାର ଖେଳାଳି ଶୁବମନ ଗିଲଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଗୁଜରାଟ ଟାଇଟନ୍ସର ନୂଆ ଅଧିନାୟକ ପଦ ମିଳିଛି। ସେ ୨୦୨୪ ଆଇପିଏଲରୁ ଗୁଜରାଟର ନେତୃତ୍ୱ ନେବେ। ଆଜି ଗୁଜରାଟ ଟାଇଟନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ପୁରୁଣା ପ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଖକୁ ଚାଲି ଯିବାରୁ ଗୁଜରାଟ ପକ୍ଷରୁ ଗିଲ୍‌ଙ୍କୁ କ୍ୟାପ୍ଟେନ କରାଯାଇଛି।ଶୁବମନ ଗିଲ୍‌ ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲେ। ୨୦୨୧ରେ ତାଙ୍କୁ ଗୁଜରାଟ ଟାଇଟନ୍ସ ୭ କୋଟି ଟଙ୍କାରେ ନିଜ ପାଖକୁ ନେଇଥିଲା। ଦଳ ପାଇଁ ସେ ଦୁଇଟି ଯାକ ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଥିଲେ।  ଦିନିକିଆ ଅନ୍ତର୍ଜାତୀୟ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ଗିଲ୍‌ ରହିଛନ୍ତି। ଦିନକୁ ଦିନ ତାଙ୍କ ବ୍ୟାଟିଂରେ ଚମକ ଦେଖିବାକୁ ମିଳୁଛି। ୨୦୨୩ରେ ଆଇପିଏଲରେ ଗିଲ ୩ଟି ଶତକ ବି ମାରିଥିଲେ। ଗିଲ୍‌ଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ପଦ ଦେଇଛି।ଟାଇଟନ୍ସର ଡିରେକ୍ଟର ଅଫ କ୍ରିକେଟ ବିକ୍ରମ ସୋଲାଙ୍କି ଗୋଟିଏ ପ୍ରେସ ବିବୃତିରେ କହିଛନ୍ତି, “ଶୁବମନ ଗିଲ ନିଜର ବଳିଷ୍ଠତା ଦେଖାଇଛନ୍ତି ଓ ୨ ବର୍ଷ ମଧ୍ୟରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି। ଆମେ ତାଙ୍କୁ କେବଳ ଜଣେ ଦକ୍ଷ ବ୍ୟାଟର ଭାବେ ଦେଖି ନାହୁଁ ବରଂ କ୍ରିକେଟର ନେତୃତ୍ୱ ନେବାର କଳା ମଧ୍ୟ ତାଙ୍କ ପାଖରେ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!