ଯୁବପିଢ଼ି ଚାକିରୀ ପଛରେ ନ ଦୌଡ଼ି ବାଣିଜ୍ୟ ବ୍ୟବସାୟ ପ୍ରତି ମନବଳାନ୍ତୁ

ପାରାଦ୍ୱୀପ,୨୭।୧୧: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ଗସ୍ତ କରି ପାରାଦୀପ ବନ୍ଦର ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ସକାଳ ୯ଟା ୪୦ ମିନିଟରେ ବାୟୁସେନା ହେଲିକପ୍ଟର ଯୋଗେ ପାରାଦୀପରେ ପହଞ୍ଚିବା ପରେ ସେଠାରୁ ଯାଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆୟୋଜିତ ଯଜ୍ଞରେ ଆହୁତି ପ୍ରଦାନ କରିବା ସହ ସାଧବ ପୁଅଙ୍କ ହାତକୁ କଳସ ସମର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ପାରାଦୀପ ପୋର୍ଟ ତରଫରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ବନ୍ଦର ଗୁଡ଼ିକର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର। ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ Port Development, Port – led – Development ଆଡ଼କୁ ଗତି କରୁଛି ବୋଲି ମହାମହିମ କହିଛନ୍ତି। ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର ଯୋଗ୍ୟତା ଅନୁସାରେ ଚାକିରିବାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ। କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ” । ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି।ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ବର୍ତ୍ତମାନ ଆମ ଦେଶ ବନ୍ଦରର ବିକାଶରୁ ବନ୍ଦରର ନେତୃତ୍ୱରେ ବିକାଶ ଆଡକୁ ଅଗ୍ରସର ହେଉଛି । ଏହି ଦିଗରେ କେନ୍ଦ୍ର ସରକାରଙ୍କର ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ । କେନ୍ଦ୍ର ସରକାର ପୋର୍ଟ୍‍ସ ଫର୍‍ ପ୍ରସପରିଟି ଏବଂ ପୋର୍ଟ୍‍ସ ଫର ପ୍ରୋଗ୍ରେସ୍‍ ଦିଗରେ କାର୍ଯ୍ୟ କରୁଛନ୍ତି । ତେବେ ବିଶ୍ୱସ୍ତରୀୟ ମାନଦଣ୍ଡକୁ ଦୃଷ୍ଟିରେ ରଖି ଭାରତର ବନ୍ଦର ଗୁଡ଼ିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବନ୍ଦର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦରକାର ବୋଲି ସେ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ, ବିଶ୍ୱେଶ୍ୱର ଟୁଡୁ, ମନ୍ତ୍ରୀ ଟୁକୁନି ସାହୁ ଓ ଶାନ୍ତନୁ ଠାକୁର ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!