ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, 3D ଫର୍ମାଟରେ ହେବ ସ୍କାନିଂ

 

ପୁରୀ , ୨୮।୧୧: ଆଜି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ବାହାରପଟୁ ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।ଶେଷ ହେଲା ଧର୍ମମାସ କାର୍ତ୍ତିକ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାରଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ କରାଯିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି। କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା। ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର୍‌ ସ୍କାନିଂ କରାଯିବ। ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି।ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି। ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯିବ।| ସ୍କାନିଙ୍ଗ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ଆସିଛନ୍ତି ୩ଜଣ ଇଞ୍ଜିନିଅର। ଯେଉଁ ମାନେ ଏଏସ୍‌‌ଆଇ ଅଧୀନରେ ଥିବା ସମସ୍ଥ ଐତିହ୍ୟର ଲେଜର ସ୍କାନିଙ୍ଗ ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି। 3D ଫର୍ମାଟ ରେ ଏହି ସ୍କାନିଙ୍ଗ କରାଯିବ। ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ। ତେବେ ଇଞ୍ଜିନିଅର ମାନଙ୍କ ସହ ଏଏସ୍‌‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିଅର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!