ପୁରୀ ,୨୮।୧୧:ପିଲାଙ୍କୁ ନେଇ ଯିବା ବାଟରେ ଘରୋଇ ସ୍କୁଲ ବସରେ ଅଗ୍ନିକାଣ୍ଡ ଘଟିଯାଇଛି । ଗୋପ ବାୟାକୁଦା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯିବା ବେଳେ ବସ୍ରେ ଲାଗିଗଲା ନିଆଁ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ। ଆଜି ସକାଳେ ଘରୋଇ ସ୍କୁଲ ବସ୍ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ସହ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |