ଭୁବନେଶ୍ୱର,୨୮।୧୧ : ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ(ଡିପ୍ରେସନ)ରେ ପରିଣତ ହେବ। ଏହା ପରେ ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ। ଏହାର ୪୮ ଘଣ୍ଟା ପରେ ଅବପାତ ଆହୁରି ବଳଶାଳୀ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର: ସାରା ଓଡ଼ିଶା ପାଇଁ ଘାରିଛି ସମ୍ଭାବ୍ୟ ବାତ୍ୟାର ଭୟ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀକୂଳ ପର୍ଯ୍ୟନ୍ତ ବାତ୍ୟା ଭୟରେ ରହିଛନ୍ତି । ବଙ୍ଗୋପସାଗରେ ଏହି ବାତ୍ୟା ସମ୍ଭାବନା ଦେଖିବାକୁ ମିଳିଛି । ଆଇଏମଡି ଜିଏଫଏସ ବା ଗ୍ଲୋବାଲ ପରକାଷ୍ଟିଙ୍ଗ ସିଷ୍ଟମ ଏ ନେଇ ପୂର୍ବାନୁମାନ କରିଛି । ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି କୁହାଯାଇଛି ।ଆସନ୍ତା ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ତେବେ କେତେକ ବେସରକାରୀ ପାଣିପାଗ ବିଜ୍ଞାନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ କିମ୍ବା ମ୍ୟାନ୍ମାର ଆଡ଼କୁ ଯିବ। ବାତ୍ୟା ଓଡ଼ିଶା ଉପକୂଳ ଦେଇଗତି କରିବା ବେଳେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର ଜିଲା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଉଛି।ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ମନରେ ଛନକା ପୂରାଇ ଲାଣି। ଚଳିତ ବର୍ଷ ଡେରିରେ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଛି। ଉପକୂଳ ଜିଲାଗୁଡ଼ିକରେ କେତେକ ବ୍ଲକରେ ପାଚିଲା ଧାନ ବିଲରେ ପଡି ରହିଛି। ବର୍ଷାଭାବ ଯୋଗୁ ଧାନ ଚାଷ ହୋଇ ପାରି ନ ଥିବା ଅଞ୍ଚଳରେ ବିରି, ମୁଗ ଭଳି ରବି ଜାତୀୟ ଫସଲ ଉପରେ ଚାଷୀ ଭରସା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଭୟ ଚାଷୀଙ୍କୁ ଚିନ୍ତାରେ ପକାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |