ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନ, ରାଟ୍-ହୋଲ୍ ମାଇନରମାନେ ଭରସା

ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି।  ଉତ୍ତରକାଶୀ ଟନେଲ୍ ରେସ୍କ୍ୟୁ ଅପରେସନରେ ଏବେ ମୁଖ୍ୟତଃ ରାଟ୍-ହୋଲ୍ ମାଇନର ମାନେ ହିଁ ଭରସା। ସେମାନଙ୍କ କାନ୍ଧରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ। ୨୦୧୪ରେ ଏହି ପଦ୍ଧତିକୁ ବ୍ୟାନ୍ କରିଥିଲେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ବା NGT। ତେବେ ଉତ୍ତରକାଶୀ ଅପରେସନ ପାଇଁ ଏହି ନିଷିଦ୍ଧ ପଦ୍ଧତି ଉପରେ ଏବେ ଭରସା କରାଯାଇଛି। ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ୨୪ ଜଣ ରାଟ୍-ହୋଲ୍ ମାଇନର କରି ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।ମଙ୍ଗଳବାର ମାନୁଆଲ ଡ୍ରିଲିଂ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ | ଚାରଧାମ ଅଲ ଓ୍ବେଦର ପ୍ରକଳ୍ପର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ଉତ୍ତରପ୍ରଦେଶରେ ଟନେଲ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ ୧୬ ଦିନ ଧରି ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ଶ୍ରମିକମାନଙ୍କୁ ପାଇପ ମାଧ୍ୟମରେ ନିରନ୍ତର ଖାଦ୍ୟ ଯୋଗାଇ ଦିଆଯାଉଛି। ଆଜି ଆଶା କରାଯାଉଛି ଯେ ସମସ୍ତ ଶ୍ରମିକ ନିରାପଦରେ ବାହାରକୁ ଆସିବେ।
ଏହି ରେସକ୍ୟୁ ଅପରେଶନର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡରେ ପହଞ୍ଚିଥିଲେ। ସେ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!