ନବରଙ୍ଗପୁର(ମିହିର ସଙ୍କର ପାତ୍ର)୨୮।୧୧:-ଡାବୁଗାଁ ପାତ୍ର ସାହିରେ ରେ ଖୁଲମ ଖୁଲା ଘରେ କେହି ନଥିବାର ସୁଯୋଗ ନେଇ ସନ୍ଧ୍ୟା 7 ଘଣ୍ଟା ବେଳେ ଘରର ତାଲା ଭାଙ୍ଗି ୪ଟି ସୁନା ଚେନ, କେଜି ଅଧା ରୂପା, ଏବଂ 15ଟି ସୁନା ମୁଦି ସହ ନଗଦ ୧୦ ହଜାର ଟଙ୍କା ଚୋରିନେଇ ଗଲେ ଚୋର। ଏହା ପରେ ଘର ମଲିକ ଅଭିନ ପାତ୍ର ଏହି ଘଟଣା ବିଷୟରେ ଡାବୁଗାଁ ଥାନାରେ ଲିଖିତ ଆବିଯୋଗ ପତ୍ର ଦେବା ପରେ, ଚୋର ଧରିବା ପାଇଁ ପୋଲିସ କୁକୁର ଅଣା ଯାଇଥିଲା କିନ୍ତୁ ଦୁଃଖ ର ବିଷୟ ଚୋର ଧରିବାରେ ପୋଲିସ କୁକୁର ମଧ୍ୟ ବିଫୋଳ ହେଇଚି। ଡାବୁଗାଁ ର କିଛି ଯୁବକକୁ ସନ୍ଦେହରେ ପୋଲିସ ଜେରା କରିଥିଲା ବେଳେ ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣା ଟି ଜଣା ପଡିବ। ଅଞ୍ଚଳରେ ଚୋରି ଦିନକୁ ଦିନ ବଢିବାକୁ ଲାଗିଚି ଏବଂ ଆଜିକୁ 4/5 ଥର ଡ଼ାବୁଗାଁ ଅଞ୍ଚଳରେ ପୋଲିସ କୁକୁର ଚୋର ଧରିବକୁ ଆସିଲାଣି କିନ୍ତୁ ପ୍ରତିଥର ବିଫଳ ହେଉଛି। ବର୍ତ୍ତମାନ ଦେଖିବା କୁ ବାକି ରହିଲା ପୋଲିସ ପ୍ରଶାସନ ଚର ଧରିବାକୁ ସଫଳ ହେଉଛି କି ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |