୧୭ ଦିନ ପରେ ଉଦ୍ଧାର ହେଲେ ଶ୍ରମିକ,ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୧: ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ରେସ୍କ୍ୟୁ ହୋଇଛନ୍ତି ୪୧ଶ୍ରମିକ। ଅନ୍ଧାରୀ ଟନେଲରୁ ଫେରିଛି ଜୀବନ। ୧୭ଦିନ ପୂର୍ବେ ଏହି ଜୀବନ ରହିବ କି ନାହିଁ ତାହା ଘଡି ସନ୍ଧି ମୂହୁର୍ତ୍ତରେ ଥିଲା। ହେଲେ କଠିନ ପରିଶ୍ରମର ଫଳାଫଳ ୪୧ଜଣ ଶ୍ରମିକଙ୍କୁ ଫେଣାଇ ଅଣାଯାଇଛି। ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ଜାହିର କରିଛନ୍ତି।ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ସେହିଭଳି ଶ୍ରମିକଙ୍କ ଉଦ୍ଧାରକୁ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଲେ ଗଡ଼କରୀ । ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ଏଜେନ୍ସିକୁ ଧନ୍ୟବାଦ ଜଣାଇଲେ ।ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଶ୍ରମିକଙ୍କ ଉଦ୍ଧାର ସମସ୍ତଙ୍କୁ ଭାବବିହ୍ୱଳ କଲା ଭଳି ସମୟ । ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ପ୍ରେରଣା ଦାୟକ । ସାହସ ଓ ସଂକଳ୍ପର ଶକ୍ତି, ସେମାନଙ୍କୁ ଦେଇଛି ନୂତନ ଜୀବନ ।’ ଏଭଳି କହିଛନ୍ତି ମୋଦି ।୧୭ ଦିନ ବା ୪ଶହ ଘଣ୍ଟାରୁ ଅଧକ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଅନ୍ଧାରୀ ଟନେଲରୁ ଫେରିଛି ଜୀବନ । ସନ୍ଧ୍ୟା ୭ଟା ୫ରେ ସେମାନଙ୍କ ପାଖରେ ରେସ୍କ୍ୟୁ ପାଇପ୍ ପହଞ୍ଚିଥିଲା । ତାପରେ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର । ଏହାସହ ଉତ୍ତରକାଶୀ ସିଲକ୍ୟାରା ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅଣାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର । ଏହିଭଳି ଭାବେ ଜଣକ ପରେ ଜଣଙ୍କୁ କରାଯାଇଛି ଉଦ୍ଧାର । ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍‌ । ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସମସ୍ତ ୪୧ ଶ୍ରମିକ ସୁସ୍ଥ ଥିବା ଜଣାପଡ଼ିଛି । ରାତି ହୋଇଯାଇଥିବାରୁ ସେମାନଙ୍କ ଏୟାର ଲିଫ୍ଟିଂ ହୋଇପାରିଲା ନାହିଁ । ତେଣୁ ସେମାନଙ୍କୁ ସଡ଼କ ପଥରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି । ଆସନ୍ତାକାଲି ରିଶିକେଶ ସ୍ଥିତ ଏମ୍‌ସ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ଟନେଲରୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଫୁଲ ମାଳ ଦେଇ ସ୍ୱାଗତ କରାଯାଇଛି ।ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଛି। ଉଦ୍ଧାର ପାଇଁ ପାଇପ ଯୋଗେ ଏନଡିଆରଏଫର ୩ଟି ଟିମ ଟନେଲ ଭିତରକୁ ଯାଇଥିଲେ। ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେ ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!