‘ଆମ ବ୍ୟାଙ୍କ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୧୧:ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ପଂଚାୟତରେ ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଯୋଜନା ଆଜିଠୁ କାର୍ଯ୍ୟକାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଓ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ମୋଟ ୪୩୭୩ଟି ପଂଚାୟତରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବ । ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଂଚାୟତରେ ଏହି ‘ଆମ ବ୍ୟାଙ୍କ’ ଯୋଜନା ସୁବିଧା ଆରମ୍ଭ ହୋଇଛି ।ସାଧାରଣ ନିର୍ବାଚନ ଆଉ ମାତ୍ର ୪ମାସ ବାକି ଥିବାବେଳେ ବ୍ୟାଙ୍କିଙ୍ଗ୍ ସୁବିଧାନଥିବା ପଂଚାୟତଗୁଡ଼ିକରେ ବ୍ୟାଙ୍କ ଖୋଲିବା ନିମନ୍ତେ ରାଜ୍ୟ ସରକାର ଆଜିଠୁ ‘ଆମ ବ୍ୟାଙ୍କ’ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ୫୦୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ଏବେ ରାଜ୍ୟର ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ନାହିଁ । ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଯୋଜନାରେ ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିଛନ୍ତି । ବାକି ପଂଚାୟତଗୁଡ଼ିକରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!