ଉଦ୍ଧାରକାରୀ ଲୋକଙ୍କୁ ମିଳିବ ୫୦ ହଜାରର ପ୍ରୋତ୍ସାହନ ରାଶି : ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୧:  ଉତ୍ତରାଖଣ୍ଡର ନିର୍ମାଣାଧୀନ ଟନେଲରେ ଭୂସ୍ଖଳନ ହେତୁ ୪୧ ଜଣ ଶ୍ରମିକ ପ୍ରାୟ ୧୭ ଦିନ ଧରି ଅଟକି ରହିଥିଲେ। ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତେ ପ୍ରାର୍ଥନା କରୁଥିଲେ। ଏଥିସହିତ ଏନଡିଆରଏଫ, ଏସଡିଆରଏଫ, ବିଆରଓ ଏବଂ ପୋଲିସର ଟିମ୍ ବହୁ ପରିମାଣରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ଘଟଣାର ୧୭ ତମ ଦିନରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା ଏବଂ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସିଲ୍କିରା ଟନେଲ ଭିତରେ ଉଦ୍ଧାର କାର୍ଯ୍ୟରେ ଲିପ୍ତ ଥିବା ସମସ୍ତ କର୍ମଚାରୀଙ୍କୁ ୫୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘୋଷଣା କରିଛନ୍ତି। ସେବେଠାରୁ ଟନେଲରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ ଦଳର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି।ମଙ୍ଗଳବାର ସନ୍ଧ୍ୟାରେ ସିଲ୍କିଆରାର ନିର୍ମାଣାଧୀନ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ଏହି ସମୟରେ ଟନେଲ ଭିତରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଶ୍ରମିକଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ତୁରନ୍ତ ସମସ୍ତ ଶ୍ରମିକଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟର ଚିନାଲିସାଉରକୁ ଅଣାଯାଇଥିଲା। ଯେଉଁଠାରେ ମୁଖ୍ୟମନ୍ତ୍ରୀ ଧାମି ପହଞ୍ଚିଥିଲେ ଏବଂ ସେହି ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଉପରେ ଅପଡେଟ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!