ନୂଆଦିଲ୍ଲୀ,୨୯।୧୧:ବିଶ୍ୱକପ ୨୦୨୩ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ୍। ବଢ଼ିଲା ତାଙ୍କ ଚୁକ୍ତ ଅବଧି। ଏହି ଅବଧି ଶେଷ ହେବା ପରେ ରାହୁଲଙ୍କ ସହ ଆଲୋଚନା କରିଥିଲା ବିିସିସିଆଇ। ଏହି ବୈଠକ ପରେ ରାହୁଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିିସିସିଆଇ ନିଷ୍ପତ୍ତି ନେଇଥିଲା। ରାହୁଲ ମଧ୍ୟ ବିସିସିଆଇର ପ୍ରସ୍ତାବରେ ସହମତି ପ୍ରଦାନ କରିଛନ୍ତି।ରାହୁଲଙ୍କ ବ୍ୟତୀତ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଂଶସା କରିଛି ବିସିସିଆଇ। କାରଣ ରାହୁଲଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ। ବିସିସିଆଇ ସଭାପତି କହିଛନ୍ତି, ରାହୁଲଙ୍କ ମାର୍ଗଦର୍ଶନରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରୁଛ । ନୂଆ ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ ଯୁବ କ୍ରିକେଟରଙ୍କୁ ଆଗକୁ ବଢିବାରେ ସହଯୋଗ କରିବାରେ ରାହୁଲଙ୍କ ଅବଦାନ ବେଶ ପ୍ରଂଶସାଯୋଗ୍ୟ ବୋଲି କହିଛି ବିସିସିଆଇ। ଏହାସହ ରାହୁଲ ମୁଖ୍ୟ କୋଚ୍ ପଦ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ବିସିସିଆଇ।ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଓ ଦିନିକିଆ ବିଶ୍ୱକପରେ ଭାରତ ରନର୍ସଅପ୍ ହୋଇଥିଲା। ତେଣୁ ଏହାପରେ ଦ୍ରାବିଡ଼ କୋଚ୍ ପଦରୁ ଇସ୍ତଫା ନେବେ ବୋଲି କିମ୍ବା ବିସିସିସିଆ ନବୀକରଣ ଚୁକ୍ତି କରିନପାରେ ବୋଲି ଚର୍ଚ୍ଚା ହେଉଥିଲା। ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟ ସତ୍ତ୍ୱେ ତିନିଟି ଫର୍ମାଟରେ ଭାରତର ଶୀର୍ଷ ମାନ୍ୟତାକୁ ନେଇ ରାହୁଲ ଦ୍ରାବିଡ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିଶ୍ୱସ୍ତରୀୟ ଟ୍ରଫି ପାଇବାରେ ସୁଯୋଗ ହାତଛଡା କରିବା ‘ନିରାଶାଜନକ’ ବୋଲି ସେ ସ୍ୱୀକାର କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |