ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୯।୧୧:-ଆଜି ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ଏକ ଦାବିପତ୍ର ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରା ଯାଇଛି। ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯଗଦୀଶ ବିଷୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଯଗଦୀଶ ବିଷୟୀ, ରମାପତି ବିଷୟୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନା ମାଝୀ, ପିଣ୍ଟୁ ଗଣ୍ଡ, ଲବ ଦତ, କାଞ୍ଚନ ହରିଜନ, ମନୋହର କଲାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଟକେନ୍ ବ୍ୟବସ୍ଥା ଉଚ୍ଛେଦ, କଟନିଛଟନି ବନ୍ଦ, ନବରଙ୍ଗପୁର ଜିଲ୍ଲା କୁ ମରୁଡ଼ି ଘୋଷଣା ଏବଂ ପ୍ରତିଦିନ ମଣ୍ଡି ଖୋଲିବାକୁ ଦାବି କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |