ନୂଆଦିଲ୍ଲୀ,,୨୯।୧୧: କେନ୍ଦ୍ର ସରକାର ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ ଏହାକୁ ଆପ୍ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ ହେଁ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ କୌଣସି ପ୍ରକାରର ରୋକ ଲଗାଇ ନାହାନ୍ତି। ଏହାର ଅର୍ଥ ନରେଶ କୁମାର ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ଆଉ ୬ ମାସ କାର୍ଯ୍ୟ କରିବେସୁପ୍ରିମକୋର୍ଟ ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ଏପରି କରିବାର ଅଧିକାର ରହିଛି । ନରେଶ କୁମାର ୩୦ ନଭେମ୍ବର ଦିନ ପଦବୀରୁ ଅବସର ନେଇଥାନ୍ତେ । କେନ୍ଦ୍ର ଆହୁରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁଛି । ଦିଲ୍ଲୀ ସରକାର ଏହାର ବିରୋଧ କରୁଥିଲେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ । ବେଞ୍ଚ ମୁଖ୍ୟ ସଚିବ ଭାବେ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ଦିଲ୍ଲୀ ସରକାର ରୋକ ଲଗାଇଥିଲେ । ହେଲେ ସରକାରଙ୍କ ଏହି ପିଟିସନକୁ ଖାରଜ କରାଯାଇଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ଡା. ଅଭିଷେକ ମନୁ ସିଂଘବୀ ଯୁକ୍ତି ବାଢିଥିଲେ ଯେ, ମୁଖ୍ୟ ସଚିବ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ୍ର ଡୋମେନରେ ଥିବା ଅନ୍ୟ ଶହେଟି ମାମଲା ସହ ଲଢୁଛନ୍ତି । ତେଣୁ ଦିଲ୍ଲୀ ସରକାରଙ୍କ ମତାମତ ପ୍ରକାଶ କରିବାର ଅଧିକାର ରହିବା ଉଚିତ । ତେବେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକୁ ସେହି ଉପାୟରେ ବିଭକ୍ତ କରାଯିବା ଉଚିତ ବୋଲି ଯୁକ୍ତି ଗ୍ରହଣ କରିବାକୁ ମନା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |