ଶେଷହେଲା ଲେଜର ସ୍କାନିଂ : ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ

ପୁରୀ, ୩୦ା୧୧ : ଶେଷହେଲା ଲେଜର ସ୍କାନିଂ|ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥ ଓ ଚଟାଣରେ ଫାଟ ରହିଛି। ଲେଜର ସ୍କାନିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇଦିନ ଧରି ଚାଲିଥିବା ଲେଜର ସ୍କାନିଂ ବୁଧବାର ଶେଷ ହୋଇଛି। ଭିତର ଓ ବାହାର ରତ୍ନଭଣ୍ଡାରର ବାହାର କାନ୍ଥରୁ ସ୍କାନିଂ କରାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ), ଶ୍ରୀମନ୍ଦିର ପ୍ରଶାସନ ଏବଂ ବୈଷୟିକ କୋର କମିଟି ସଭ୍ୟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଲେଜର ସ୍କାନିଂ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଖୁବଶୀଘ୍ର ସ୍କାନିଂ ରିପୋର୍ଟ ଦାଖଲ କରାଯିବ। ସ୍କାନିଂ ରିପୋର୍ଟରୁ ଫାଟ ସମ୍ପର୍କରେ ସୁରାକ ମିଳିଥିବା ଏଏସ୍‍ଆଇର ଜଣେ ଅଧିକାରୀ କହିଛନ୍ତି। ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନ ଅନୁମତି ଦେଲେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ସେ ମତ ଦେଇଛନ୍ତି। ଲେଜର ସ୍କାନିଂ ମାଧ୍ୟମରେ ରତ୍ନଭଣ୍ଡାର କାନ୍ଥ, ଚଟାଣ ଏବଂ ଛାତ ତଳପାର୍ଶ୍ବ ଚିତ୍ର ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଘରୋଇ ସଂସ୍ଥା ଖୁବଶୀଘ୍ର ସ୍କାନିଂ ଚିତ୍ର ପ୍ରଦାନ କରିବ। ରତ୍ନଭଣ୍ଡାର କାନ୍ଥ ଓ ଚଟାଣର କିଛି ସ୍ଥାନରେ ପାଣିଜକାଉଥିବା ସୂଚନା ମିଳିଛି। ତେଣୁ ଦୁଇଟି ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ପୁଣିଥରେ ସ୍ପଷ୍ଟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!