ଭୁବନେଶ୍ୱର,୩୦।୧୧:ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୪ଟା ବେଳେ ସୁନୀଲଙ୍କ ଜାଗମରାସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା। ମାତ୍ର ଭିଜିଲାନ୍ସ ଟିମ୍କୁ ଦେଖି ସୁନୀଲ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ । ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏତେକି ବେଳେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ରେଡ୍ କରୁଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ବର ଜାଗମରା ଘରେ ଚଢଉ ଚାଲିଛି । ସେପଟେ ଧରାପଡିବା ପରେ ଫେରାର ହୋଇ ନଥିବା ସଫେଇ ଦେଇଛନ୍ତି ଜେଇ ସୁନୀଲ ପାଢୀ । ତେବେ ସେ ପଡ଼ିଶା ଘର ଛାତକୁ ଡେଇଁ ପଳାଇଥିଲେ । ଏନେଇ ସ୍ପଷ୍ଟ କରିଥିଲା ଭିଜିଲାନ୍ସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |