ନୂଆଦିଲ୍ଲୀ, ୩୦।୧୧:ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଟାଟା ଟେକ୍ନୋଲୋଜିର ଆଇପିଓରେ ଟଙ୍କା ବିନିଯୋଗ କରିଥିବା ନିବେଶକଙ୍କ ପାଇଁ ଖୁସି ଖବର। ଆଜି କମ୍ପାନୀର ଶେଆର ତାଲିକାଭୁକ୍ତ ହେବାକୁ ଯାଉଛି। BSE(ବମ୍ବେ ଷ୍ଟକ୍ ଏଜେନ୍ସି) ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଟାଟା ଟେକର ଆଇପିଓ ୩୦ ନଭେମ୍ବରରେ ୧୪୦ ପ୍ରତିଶତ ପ୍ରିମିୟମ ତାଲିକାଭୁକ୍ତ ହେବା ସହ ଷ୍ଟକ୍ ମାର୍କେଟରେ ପ୍ରବେଶ କରିବ।ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର IPO ମୂଲ୍ୟରେ ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ସାରିଲାଣି । ତେବେ ଷ୍ଟକର ମୂଲ୍ୟ ପ୍ରାରମ୍ଭରେ ମାତ୍ର ୫୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା NSE ରେ ୧୨୦୦ ଓ BSE ରେ ୧,୧୯୯.୯୫ ରେ ଟ୍ରେଡ କରୁଛି ।ଷ୍ଟକର ମୂଲ୍ୟରେ ଦୁଇ ଗୁଣ ବୃଦ୍ଧି ହୋଇ ଥିବାରୁ ନିବେଶକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟକରେ ପ୍ରାୟ ୭୩ ଲକ୍ଷ ନିବେଶକ, ନିବେଶ କରି ସାରିଲେଣି । ଅନ୍ୟପଟେ ଏହି ଅଫରକୁ ୬୯.୪୩ ଥର ସବସ୍କ୍ରାଇବ କରା ଯାଇସାରିଲାଣି । ତେବେ ଏଥିରେ ଯୋଗ୍ୟ ଅନୁଷ୍ଠାନ କ୍ରେତା (QIB) ପାଇଁ କୋଟା ସଂରକ୍ଷିତ ହୋଇ ରହିଛି । ଏହା ବର୍ତ୍ତମାନ ସୁଦ୍ଧା ୨୦୩.୪୧ ଥର ରେକର୍ଡ ହୋଇ ସାରିଲାଣି । ଅଣ ଅନୁଷ୍ଠାନିକ ନିବେଶକ (NII) ଏବଂ ଖୁଚୁରା ନିବେଶକାରୀଙ୍କ ପାଇଁ ପୃଥକ ଅଂଶ ଯଥାକ୍ରମେ ୬୨.୧୧ ଥର ଏବଂ ୧୬.୫୦ ଥର ପାଇଁ ସଂରକ୍ଷିତ କରା ଯାଇଛି । ଉଭୟ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ରେ ଟାଟା ଟେକ୍ନୋଲୋଜିର ସେୟାର ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହି ତାଲିକା ଟାଟା ଟେକ୍ନୋଲୋଜିର ବଜାର ପୁଞ୍ଜିକୁ ପ୍ରବଳ ମାତ୍ରାରେ ଆର୍ଥିକ ଲାଭ ଯୋଗାଇ ଦେଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |