ଡିସେମ୍ବର ୩ ତାରିଖରେ ବାତ୍ୟା

ଭୁବନେଶ୍ୱର,୩୦।୧୧: ଆସନ୍ତା ୩ ତାରିଖରେ ଆସୁଛି  ବାତ୍ୟା । ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣିଥରେ ଭୟ ଖେଳିଯାଇଛି । ଆସନ୍ତା ୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ଏହାପରେ ୪ ତାରିଖରେ ଉପକୂଳ ଛୁଇଁପାରେ ଏହି ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ଡିାସମ୍ବର ୩ ତାରିଖରେ ବାତ୍ୟାର ରୂପ ନେଇ ୪ ତାରିଖରେ ଏହା ଉପକୂଳ ଛୁଇଁବ । ତେବେ ସଦୃଶ୍ୟ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି କହିଛି ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ହେବାର ସମ୍ଭାବନା ରହିଛି । ୩ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳେ ଉପକୂଳ ଛୁଇଁପାରେ ଏହି ସମ୍ଭାବ୍ୟ ବାତ୍ୟା । ତେବେ ଏହା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!