ଟ୍ରକ୍‌କୁ ପଛପଟୁ ପିଟିଲା ଭ୍ୟାନ୍‌, ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨:ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଖୁସିରେ ବାହାରିଥିଲେ ଦୁଇଟି ପରିବାର । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଭ୍ୟାନ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାରିଣୀ ମନ୍ଦିର ଠାରୁ ମାତ୍ର ୩ କି.ମି. ଦୂରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।  ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।  କେନ୍ଦୁଝର ଜିଲ୍ଲା NH ୨୦ ବାଲିଯୋଡ଼ି ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି। ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ NH ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!