ଆଜି ଓଡ଼ିଶା ଫେରିବେ ୫ ଶ୍ରମିକ

ଭୁବନେଶ୍ବର,  ୧।୧୨:ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ଫାଇଥିବା 5 ଓଡ଼ିଆ ଶ୍ରମିକ ।ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରିବେ। ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଗତକାଲି  ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା।ପରେ ଲେବର ଅଫିସର ୫ଜଣ ଓଡ଼ିଆ ଶ୍ରମିକଙ୍କୁ ଧରି ନୂଆଦିଲ୍ଲୀରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ସମସ୍ତ ଓଡ଼ିଶା ନିବାସରେ ରାତିରେ ରହିଥିଲେ। ଆଜି ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ ୫ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ୱର ପହଞ୍ଚିବା ପରେ ୫ ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତା’ ପରେ ୫ଜଣ ଶ୍ରମିକ ନିଜ ଗାଁକୁ ଫେରିଯିବେ। କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ। ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଥିଲା। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା।ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିବା ସହ ସମସ୍ତଙ୍କୁ କ୍ଲିଅରାନ୍ସ ଦିଆଯାଇଛି। ସମସ୍ତ ଶ୍ରମିକ aiims ଡାକ୍ତରଙ୍କ ଯୋଗାଯୋଗରେ ରହିବେ। ଉତ୍ତରକାଶୀ ଟନେଲରେ 7 ରାଜ୍ୟର 41 ଶ୍ରମିକ ଫସି ରହିଥିଲେ । ଦୀର୍ଘ 17 ଦିନ ପରେ ଟନେଲ ଭିତରୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଯେଉଁଥିରେ ଓଡ଼ିଶାର 5 ଜଣ ଶ୍ରମିକ ରହିଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ 3 ଶ୍ରମିକ ରହିଥିବା ବେଳେ ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଶ୍ରମିକ ରହିଥିଲେ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!