ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା

ପୁରୀ,,୧।୧୨:ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା| ନୂଆବର୍ଷରେ ଶ୍ରୀମନ୍ଦିରକୁ ଲାଗିବ ନୂଆ ରାସ୍ତା । ଏଣିକି ଭକ୍ତ ଓ ଭଗବାନଙ୍କ ମିଳନ ହେବ ଆହୁରି ସହଜ । ପୁରୀ ଶ୍ରୀମନ୍ଦିର ପାଇଁ ଆରମ୍ଭ ହେଉଛି ନୂଆ ଯୋଜନା । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ । ମରିଚିକୋଟ ଛକରୁ ଆରମ୍ଭ ହୋଇ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଟନେଲ ବ୍ୟବସ୍ଥା କରାଯିବ । ଯେଉଁ ରାସ୍ତା ଦେଇ ଭକ୍ତମାନେ ସିଧାସଳଖ ସିଂହଦ୍ୱାର ନିକଟରେ ପହଞ୍ଚିପାରିବେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ଶେଷ କରିବା ପାଇ ଲକ୍ଷ୍ୟ ରଖାଯାଇଛି । ତେବେ ପାର୍କିଂ ପାଇଁ ୩ଟି ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯାଉଛି । ତେଣୁ ମରିଚିକୋଟ ଛକରୁ ସିଂହଦ୍ୱାର ମଧ୍ୟରେ ତିବା ସମସ୍ତ ଉଠା ଦୋକାନୀମାନଙ୍କୁ ସ୍ଥାନାନ୍ତର କରାଯିବା ନେଇ ଯୋଜନା ରହିଛି । ସେମାନଙ୍କୁ ଶ୍ରୀ ସେତୁ ନିକଯରେ ଥଇଥାନ କରିବା ନେଇ ପ୍ରଶାସନ ପକ୍ଷରୁ ଯୋଜନା କରରାଯାଉଛି । ତେବେ ଏହି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!