ଜାହଜରୁ ବାହାରିଲା ୨୨ ପ୍ୟାକେଟ କୋକେନ

ପାରାଦୀପ,୧।୧୨ : ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି।  ଯାହାର ପରିମାଣ ୮୨ କେଜି। ଏହାର ଭାରତୀୟ ବଜାର ମୂଲ୍ୟ ୩୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଚଢାଉରେ କଷ୍ଟମ୍ସ, ସିଆଇଏସଏଫ, ମେରାଇନ ପୋଲିସ, ଆଇବିର ଅଧିକାରୀମାନେ ସାମିଲ ଅଛନ୍ତି। ଜାହାଜ କ୍ୟାପଟେନ ପାଓ୍ବାର ଅଫ କରି ଦେଇ ଥିବାରୁ ଭିତରେ ଯାଞ୍ଚ କରିବା ସମୟ ସାପେକ୍ଷ ହେଉଛି। ଏମ୍‌ଭି ଦେବୀ ନାମକ ଏହି ଜାହାଜ ଇଣ୍ଡୋନେସିଆ ପୋର୍ଟରୁ ଆସିଥିଲା। ପାରାଦୀପ ବନ୍ଦରରୁ ଷ୍ଟିଲ ବୋଝେଇ କରି ଡେନମାର୍କ ଯିବାର ଥିଲା। ଗତ ଗୁରୁବାର ୨ଟାରୁ ବୋଝେଇ ହେଉଥିଲା। ଦ୍ବିତୀୟ ସିଫ୍ଟରେ ଜଣେ ଅପରେଟର ବୋଝେଇ କରିବା ବେଳେ ଏହି ପ୍ୟାକେଟ ଦେଖି ପିଆଇସିଟି ଟର୍ମିନାଲ ମୁଖ୍ୟଙ୍କୁ ସୂଚନା ଦେଇଥିଲେ।ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା।ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।ଗତ ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।ଏହାପରେ ଜାହଜକୁ ତନ ତନ କରି ଯାଞ୍ଚ କରାଯିବାରୁ ଆଜି ପର୍ଯ୍ୟନ୍ତ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ଜବତ ହୋଇଛି। ପ୍ରତି ପ୍ୟାକେଟର ଓଜନ ୮ରୁ ୧୦ କେଜି ରହିଛି।  ପ୍ରତି ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ରହିଥିବା ବେଳେ ତାହା କିଛି ନିଶା ଦ୍ରବ୍ୟ ବୋଲି ସନ୍ଦେହ କରାଯାଉଥିଲା। ଜବତ ସାମଗ୍ରୀର ଯାଞ୍ଚ ପାଇଁ ଆଜି ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ। ସେମାନେ  ସମସ୍ତ ୨୨ ପ୍ୟାକେଟ ଯାଞ୍ଚ କରିବା ପରେ ସେଥିରେ କୋକେନ ଥିବା ସ୍ପଷ୍ଟ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!