ନବରଙ୍ଗପୁର,୧।୧୨: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଗୁଜୁମାପଦର ଗାଁରେ ଡବଲ ମର୍ଡର। ମଇଦଲପୁର ଥାନା ଗୁଜୁମାପଦର ଗାଁରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି । ଦୁଇ ବର୍ଷର ପୁଅକୁ ହତ୍ୟାକରିଛି ବାପା । ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କଲା ହତ୍ୟାକାରୀ ।ଘଟଣା ପରେ ଅଭିଯୁକ୍ତକୁ କାବୁ କଲେ ଗାଁ ଲୋକେ। ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଦୁଇ ବର୍ଷର ପୁଅକୁ ହତ୍ୟାକଲା ସଇତାନ ବାପା। ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କରିଛି ହତ୍ୟାକାରୀ। ହତ୍ୟାକାରୀରର ନାଁ ରାଧା ସାନ୍ତା । ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି । ତେବେ ହତ୍ୟାକାଣ୍ଡ କେଉଁ କାରଣରୁ ଘଟିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |