ନୂଆଦିଲ୍ଲୀ,୨ା୧୨ :ରାୟପୁରରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟି-୨୦କୁ ଜିତି ନେଇଛି ଭାରତୀୟ ଟିମ। ଏହି ବିଜୟ ସହ ୫ଟିକିଆ ଟି-୨୦ ସିରିଜକୁ ୩-୧ରେ ଆଗୁଆ କବଜା ମଧ୍ୟ କରିଛି ଭାରତ। ଏବେ ୩ ତାରିଖରେ ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟ କୁମାର ଯାଦବ ପ୍ରଥମ ଥର ପାଇଁ ଭାରତର ଅଧିନାୟକ ହୋଇଥିବା ବେଳେ ଦେଶ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତି ନୂଆ ରେକର୍ଡ କରିଛି। ଗୌହାଟୀରେ ଭାରତ ହାତରୁ ଅଷ୍ଟ୍ରେଲିଆ ଏକ ନିଶ୍ଚିତ ବିଜୟ ଛଡ଼ାଇ ନେଇଥିଲା।ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦିନିକିଆ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ଟି-୨୦ ସିରିଜକୁ ୩-୧ରେ ବିଜୟୀ ହୋଇ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ଉଚିତ ଜବାବ ଦେଇଛି ସୂର୍ଯ୍ୟବାହିନୀ । ପ୍ରଥମ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୧୭୪ ରନର ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ ଇଣ୍ଡିଆର ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି । ଟ୍ରାଭିସ ହେଡ ଏବଂ ଜୋସ ଫିଲିପେ ଦମଦାର ଆରମ୍ଭ କରିଥିବା ବେଳେ ୪୦ ରନରେ ପ୍ରଥମ ସଫଳତା ପାଇଥିଲେ ରବି ବିଷ୍ଣୋଇ । ଏହାପରେ ଟ୍ରାଭିସ ହେଡ, ଏରୋନ ହାର୍ଡି ଏବଂ ବେନ୍ ମଧ୍ୟ ପାଭିଲିୟନ ଫେରିଥିଲେ । ୪୦ ରନର ଓପନିଙ୍ଗ ପାର୍ଟନରସିପ ପରେ ମଧ୍ୟ ୮୭ ରନ ମଧ୍ୟରେ ଅଷ୍ଟ୍ରେଲିଆର ୪ଟି ୱିକେଟ ନେଇ ଭାରତର ବୋଲିଂ ୟୁନିଟ କମବ୍ୟାକ କରିଥିଲା । ତେବେ ଏହାପରେ ବଡ଼ ପାର୍ଟନରସିପ କରି ନ ପାରିବାରୁ ଅଷ୍ଟ୍ରେଲିଆ ମ୍ୟାଚରେ ପରାସ୍ତ ହୋଇଛି । ଏହାସହିତ ସିରିଜକୁ ମଧ୍ୟ କବଜା କରିଛି ସୂର୍ଯ୍ୟବାହିନୀ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |