୨ ବର୍ଷ ର ପୁଅ ସହ ବୃଦ୍ଧା କୁ ଛୁରୀ ରେ ଭୁସି ହତ୍ୟା କଲା ବାପା

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨ା୧୨-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଗୁଜୁମା ପଦର ଗ୍ରାମରେ ଆଜି ସକାଳ 8ଟା ବେଳେ ଗ୍ରାମ ର ରାଧ ସାନ୍ତା ନିଜର ଦୁଇ ବର୍ଷ ର ପୁଅ ବିବେ ସାନ୍ତା କୁ କଟୁରୀ ରେ ଆକ୍ରମଣ କରୁଥିବା ବେଳେ ପଡିସା ଘର ର ବୃଦ୍ଧ ଜନାଏ ସାନ୍ତା ଛଡାଇବା ପାଇଁ ଯାଇଥିଲା l ଜନାଏ କୁ ମଧ୍ୟ କଟୁରୀ ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ରେ ରାଧ ର ପୁଅ ବିବେ ଓ ଜନାଏ ର ମୃତ୍ୟୁ ହୋଇଥିଲା l ଏ ନେଇ ମୈଦଲପୁର ଥାନା ରେ ଜନାଏ ର ପୁଅ ସିମାଞ୍ଚଳ ସାନ୍ତା ଲିଖିତ ଅଭିଯୋଗ କରିଛି l ସୂଚନା ଅନୁସାରେ,ରାଧ ଓ ସ୍ତ୍ରୀ ମାଳତ ଘରେ ଥିବା ବେଳେ କୌଣସି କଥା କୁ ନେଇ ହଠାତ ରାଗି ଯାଇ ମାଳତ କୁ ମାଡ଼ ମାରି କଟୁରୀ ରେ ଆକ୍ରମଣ କରିବାକୁ ଯିବା ବେଳେ ଭୟ ରେ ମାଳତ ଘରେ ଥିବା ପୁଅ କୁ ଛାଡି ଚାଲିଯାଇଥିଲା l ଅନ୍ୟ ଉପରେ ନ ପାଇ ପୁଅ ବିବେ ସାନ୍ତା କୁ ତଳେ କଚାଡି କଟୁରୀ ରେ ଭୁସିବା ବେଳେ ପଡିଶା ଘର ର ବୃଦ୍ଧା ଜନାଏ ଛଡାଇବା କୁ ଯାଇ ଆକ୍ରମଣ ର ଶିକାର ହୋଇଥିଲେ l ଘଟଣା ସ୍ଥଳରେ ବିବେ ଓ ଜନାଏ ର ମୃତ୍ୟୁ ଘଟିଥିଲା l ଖବର ପ୍ରଚାର ହେବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାଧ କୁ ମାଡ଼ ମାରି ବାନ୍ଧିକି ରଖିଥିଲେ l ପୋଲିସ ପହଂଚି ରାଧ କୁ ଗିରଫ କରିଛନ୍ତି l ନବରଙ୍ଗପୁର ରୁ ଏକ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛି l ଏ ନେଇ ଥାନା ରେ କେଶ ନଂ 154/23ରେ ମାମଲା ରଜୁ ହେବା ସହ ଥାନା ଅଧିକାରୀ ବିପିନ କୁମାର କୁଲଦୀପ ତଦନ୍ତ କରୁଛନ୍ତି l ଘଟଣା ସ୍ଥଳରେ ପାପଡାହାଣ୍ଡି SDPO ଆଦିତ୍ୟ ସେନ, ପାପଡାହାଣ୍ଡି SI ଶିବଜୀ ପଣ୍ଡା, ଥାନା ASI କୋମଳଲୋଚନ ନାୟକ, ଲୋକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!