ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨ା୧୨:ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପକନା ଗୁଡା ରେ ପ୍ରଧାନ ଶିକ୍ଷକ ସୁରେଖା ଵାଘ, ସହକାରୀ ଶିକ୍ଷକ ଶର୍ମିଷ୍ଠା ବଳିୟାର ସିଂହ ଓ ଛାତ୍ର ଛାତ୍ରୀ ମାନଙ୍କୁ ଗହଣରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଯୋଗଦାନ କରି ପିଲାମାନଙ୍କୁ ଏଡ଼ସ ରୋଗ ବାବଦରେ ଆଲୋଚନା ଓ ସଚେତନତା ବାର୍ତ୍ତା ସହ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଡ଼ସ ମୁକ୍ତ ଭାରତ ଦେଶ ଗଠନରେ ଭାଗୀଦାର ହେବା ପାଇଁ ମତ ପୋଷଣ କରିଥିଲେ। ପ୍ରଧାନ ଶିକ୍ଷକ ସମସ୍ତକୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ କୁ ସମାପ୍ତ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |