ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତ୍ୱର,BJD ପଞ୍ଚାୟତ ଯୁବ ସଭାପତିଙ୍କ ସାହାଯ୍ୟରେ ମେଡିକାଲରେ ଭର୍ତ୍ତି

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨ା୧୨:- ଆଜି ଦିନ ଏକ ଘଣ୍ଟା ସମୟରେ ମାଝିଗୁଡ଼ା ଗ୍ରାମ ପଞ୍ଚାୟତ ଅନତର୍ଗତ ଲୋଦି ଗ୍ରାମର ବୃଦ୍ଧ ମାଧବ ଗୌଡ଼ ନିକଟରେ ଥିବା ଜଙ୍ଗଲରେ କାଠ ଯାଇଥିଲେ।ଜଙ୍ଗଲ ଭିତରେ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଥିବା ଖବର ଶୁଣି ବିଜୁ ଜନତା ଦଳର ପଞ୍ଚାୟତ ଯୁବ ସଭାପତି ଶ୍ରୀଯୁକ୍ତ ବେଣୁ ପାତ୍ର ଗ୍ରାମ ବାସିଙ୍କ ସହ ଯାଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଫୋନ୍ କରି ମେଡିକାଲରେ ପଠାଇବା ବ୍ୟବସ୍ଥା କରାଇଥିଲେ । ଏବଂ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ। ମୈଦଲପୁର ଅଂଚଳରେ ବାରମ୍ବାର ଭାଲୁ ଆକ୍ରମଣରେ ସାଧାରଣ ନିରୀହ ଜନତା ଆହତ ହେଉଛନ୍ତି ।ଲକଙ୍କୁ ସଚେତନ କରିବାପାଇଁ ବନବିଭାଗ ପଦକ୍ଷେପ ନେବା ଆବଶ୍ୟକ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!