ନିଶ୍ଚିନ୍ତକୋଇଲି, ୩।୧୨ : ସୁବର୍ଣ୍ଣପୁର ଜିଲ୍ଲାର ନିଶ୍ଚିତ କୋଇଲି ପୁଲିସର ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ (ଲିପୁ) ଆହତ ହୋଇଛି। ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି । ତାଙ୍କ ବାମ ଗୋଡରେ ଗୁଳି ବାଜିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା। ପରେ ପୁଲିସ ଟିମ୍ ସୁଶାନ୍ତଙ୍କୁ ଧରିବାକୁ ସେହି ସ୍ଥାନରେ ଛକି ରହିଥିଲା। ପୁଲିସକୁ ଦେଖି ସୁଶାନ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ସୁଶାନ୍ତଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତର ବାମ ଜଙ୍ଘରେ ଗୁଳି ବାଜିଥିଲା। ହେଲେ ସୁଶାନ୍ତଙ୍କ ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ସେଥିରୁ ଗୋଟିଏ ଗୁଳି ସୁଶାନ୍ତଙ୍କ ଜଙ୍ଘରେ ବାଜିଥିଲା। ହେଲେ ତାଙ୍କର ସହଯୋଗୀମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ତେବେ ପୋଲିସ ସୁଶାନ୍ତକୁ ନିଶ୍ଚିନ୍ତକୋଇଲି ମେଡିକାଲ ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରିଛି। ଏନେଇ ପୋଲିସ ମାମଲା(ନଂ ୨୧୬/୨୩) ରୁଜୁ କରିଛି। ତେବେ ସୁଶାନ୍ତ ନାମରେ ୫୫ରୁ ଅଧିକ ମାମଲା ଥିବା ଥାନା ଅଧିକାରୀ ଯୁଗଳ ଦାସ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |