ଭୁବନେଶ୍ୱର,୩।୧୨:ରାଜଧାନୀ ଭୁବନେଶ୍ୱରରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ଅପରପାର୍ଶ୍ୱରେ ଥିବା ଏକ ବସ୍କୁ ଧକ୍କା ଦେଇଛି।ଦୁର୍ଘଟଣାରେ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋରୁ ଏକ କାର ଜୟଦେବ ବିହାରରୁ ପଟିଆ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ କାର୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମଣା ପଟୁ ଆସୁଥିବା ଏକ ବସକୁ ପିଟି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୪ ଆହତ ହୋଇଥିଲେ। ତେବେ ଦୁର୍ଘଟଣାରେ କାର୍ଟି ଭାଙ୍ଗି ଚୁରମାର ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |