ଚାଲିଛି ଭୋଟ ଗଣତି :ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ,,୩।୧୨ : ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି ଚାଲିଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର  ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଚାଲିଛି ଭୋଟ ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଥିବା ବେଳେ ଏବେ ଯାଏଁ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବି ଆସିବାରେ ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବିଜେପି ଅଗ୍ରଣୀ ହାସଲ କରିଛି। ୧୯୯ଟି ଆସନ ମଧ୍ୟରୁ ୧୧୭ରେ ଆଗରେ ରହିଛି ବିଜେପି। କଂଗ୍ରେସ ୬୬ ଆସନରେ ଅଗ୍ରଣୀ ରହିଛି।ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଆଗୁଆ ରହିଛି। ଦଳ ୨୩୦ ଆସନ ମଧ୍ୟରୁ ୧୪୦ ଆସନରେ ବିଜେପି ଅଗ୍ରଣୀ ରହିଥିବାବେଳେ କଂଗ୍ରେସ ୮୭ଟି ଆସନରେ ଆଗରେ ରହିଛି।ଛତିଶଗଡର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ବଡ଼ ଅଗ୍ରଣୀ ଆଡ଼କୁ ପ୍ରଥମେ ଯାଉଥିବା ବେଳେ ଏବେ ପୁଣି ପଛକୁ ଆସିଛି। ବିଜେପି କଂଗ୍ରେସକୁ ପଛରେ ପକାଇ ଆଗକୁ ଯାଇଛି। ୯୦ ଆସନ ମଧ୍ୟରୁ ବିଜେପି ୪୯ଟି ଏବଂ କଂଗ୍ରେସ ୩୯ଟି ଆସନ ଆଗୁଆ ରହିଛି।ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ ପଛରେ ପକାଇଛି କଂଗ୍ରେସ। ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସକୁ ୬୬ ସିଟରେ ଅଗ୍ରଣୀ ରହିଥିବା ବେଳେ ବିଆରଏସ୍ ୪୨ଟି ସିଟରେ ଆଗେଇ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!