ହାଇଦ୍ରାବାଦ,୩।୧୨ : ରାଜସ୍ଥାନରେ ବାଜି ମାରିଲା ବିଜେପି। ମ୍ୟାଜିକ୍ ନମ୍ବର କ୍ରସ୍ କରି ୧୧୦ ଆସନରେ ବିଜେପି ଆଗୁଆ ରହିଛି। ଏହି ଫଳାଫଳକୁ ଦେଖି ଏବେ କଂଗ୍ରେସ ହାର୍ ମାନିଛି। ତେଣୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।ସରଦାରପୁରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଶୋକ ଗେହଲଟ ୨୬୩୯୬ ଭୋଟରେ ଜିତିଛନ୍ତି। ତେବେ ନିଜ ଆସନରେ ଜିତିବା ସତ୍ତ୍ୱେ ବି ସେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏଥିପାଇଁ ସେ ସନ୍ଧ୍ୟା ଯାଏ ସମୟ ମାଗିଛନ୍ତି। ଜନସାଧାରଣଙ୍କ ଆଦେଶକୁ ମୁଁ ସମ୍ମାନ ଦେଉଛି ବୋଲି ଗେହଲଟ କହିଛନ୍ତି। ସେ ସାଢ଼େ ୫ଟା ସୁଦ୍ଧା ରାଜ୍ୟପାଳଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇବେ।ରାଜସ୍ଥାନରେ ପୁଣି ସେଇ ପୁରୁଣା ଟ୍ରେଣ୍ଡ । ପ୍ରତି ୫ ବର୍ଷରେ ସରକାର ବଦଳିବାର ଧାରା ଏଥର ମଧ୍ୟ ଦେଖିବାକୁ ମିଳିଛି । ଗଣତିର ଟ୍ରେଣ୍ଡ ଅନୁସାରେ ବିଜେପି ରାଜସ୍ଥାନରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି । ୧୯୯ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୦୦ । ରାଜସ୍ଥାନରେ କଂଗ୍ରେସ ସରକାରରୁ ଓହ୍ଲାଉଥିବା ଦେଖାଯାଉଛି । କାରଣ ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |