‘ମିଚୋଙ୍ଗ୍‌’ ପାଇଁ ହାଇ ଆଲର୍ଟ ଜାରି : ୫୪ ରେଳ ବାତିଲ

ଭୁବନେଶ୍ୱର,୩।୧୨: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ଧିରେ ଧିରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ଅବପାତ ଭୟଙ୍କର ବାତ୍ୟା ‘ମିଚୋଙ୍ଗ୍‌’ରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ସୋମବାର ଏହି ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ତାମିଲନାଡ଼ୁ ଦେଇ ଗତି କରିବ ।ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳର ନେଲ୍ଲୋର ଏବଂ ମଛଲିପଟ୍ଟନମ୍ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ କିମି ରହିବ ଯାହା ୧୦୦ କିମି ବି ଛୁଇଁପାରେ । ଏଥିପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଚେନ୍ନାଇ ଏବଂ ପୁଡୁଚେରୀର ଉପକୂଳବର୍ତ୍ତି ଅଞ୍ଚଳ ପାଇଁ ପାଣପାଗ ବିଭାଗ ଦ୍ୱାରା ସତର୍କତା ଜାରି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଡ଼ୁଚେରୀ, ତାମିଲନାଡ଼ୁ, ଆନ୍ଧ୍ରପ୍ରାଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଯାଉଥିବା ଟ୍ରେନ୍ ଗୁଡ଼ିକ ବାତିଲ କରାଯାଇଛି ।ଓଡିଶା ପାଇଁ ବାତ୍ୟା ମିଚାଉଙ୍ଗର କୌଣସି ପ୍ରଭାବ ନ ଥିବା ବେଳେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ଚେନ୍ନଇ ଏବଂ ଆନ୍ଧ୍ର ପ୍ରଦେଶ ଯାଉଥିବା ରେଳ ସହ ଚେନ୍ନଇରୁ ଓଡ଼ିଶା ଆସୁଥିବା ରେଳଗୁଡିକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥରୁ ୬ ଯୋଡା ରେଳ ବାତିଲ ହୋଇଥିବା ବେଳେ ପୁରୀ-ଚେନ୍ନଇ ଏକ୍ସପ୍ରେସ୍‌, ଭୁବନେଶ୍ବର ତିରୁପତି ଏବଂ ଭୁବନେଶ୍ବର ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ସହିତ ବିଶାଖାପାଟଣା ଦେଇ ଚଳାଚଳ କରୁଥିବା ୩ଟି ରେଳ ବାତିଲ ହୋଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯେଉଁ ଅଞ୍ଚଳରେ ଅଧିକ ପଡିବାର ସମ୍ଭାବନା ରହିଛି ସେହି ଅଞ୍ଚଳ ଦେଇ ଚଳାଚଳ କରୁଥିବା ୨୧ ଯୋଡା ରେଳକୁ ବାତିଲ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!