ନୂଆଦିଲ୍ଲୀ,୩।୧୨: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ରବିବାର ବାଙ୍ଗାଲୋରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ। ଭାରତ ୩-୧ରେ ଶୃଙ୍ଖଳା ଜିତି ସାରିଥିବାରୁ ଆଜିର ମ୍ୟାଚ କେବଳ ଔପଚାରିକ ଭାବେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୨ ୱିକେଟ ଓ ଦ୍ବିତୀୟ ମ୍ୟାଚକୁ ୪୪ରନରେ ଜିତି ଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟରେ ଭାରତକୁ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚରେ ଭାରତ ୨୦ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଶୃଙ୍ଖଳା ବିଜୟ ହାସଲ କରିଛି।
ଭାରତ ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ୍, ଶ୍ରେୟସ ଆୟର/ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଜିତେଶ ଶର୍ମା (ୱିକେଟରକ୍ଷକ), ରିଙ୍କୁ ସିଂହ, ଅକ୍ଷର ପଟେଲ୍/ୱାସିଂଟନ ସୁନ୍ଦର, ଦୀପକ ଚହର, ରବି ବିଷ୍ଣୋଇ, ଅୱେଶ ଖାନ୍, ମୁକେଶ କୁମାର।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଜୋସ୍ ଫିଲିପ୍, ଟ୍ରାଭିସ୍ ହେଡ୍, ବେନ୍ ମ୍ୟାକଡର୍ମଟ, ଆରୋନ୍ ହାର୍ଡି, ଟିମ୍ ଡେଭିଡ୍, ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ୍ (ଅଧିନାୟକ, ୱିକେଟରକ୍ଷକ), ବେନ୍ ଡ୍ବାରସୁଇସ୍, କ୍ରିସ୍ ଗ୍ରିନ୍, ଜାସନ୍ ବେହେରନଡର୍ଫ, ତନବୀର ସାଙ୍ଗା/ନାଥନ୍ ଏଲିସ୍/କେନ୍ ରିଚାର୍ଡସନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |