ନୂଆଦିଲ୍ଲୀ,୪ା୧୨: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ମୋଦୀଙ୍କ ଉପସ୍ଥିତିରେ ମୋଦୀ..ମୋଦୀ.. ନାରା ସହ ‘ତିସରି ବାର ମୋଦୀ ସରକାର’ ଏବଂ ‘ବାର ବାର ମୋଦୀ ସରକାର’ ନାରାରେ ଲୋକସଭା ପ୍ରକମ୍ପିତ ହୋଇଥିଲା।୧୭ତମ ଲୋକସଭାର ଶେଷ ଶୀତକାଳୀନ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ଆରମ୍ଭ ହୋଇଥିଲା। ସଂସଦରେ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ବିଏସପି ସାଂସଦ ଦାନିଶ ଅଲୀ ବିଜେପି ସାଂସଦ ରମେଶ ବିଧୁଡ଼ିଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବେକରେ ପ୍ଲାକାର୍ଡ଼ ଝୁଲାଇ ଲୋକସଭାରେ ପହଞ୍ଚିଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୧୦ ମିନିଟ୍ ପରେ ଏହାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୨୧ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବା ନେଇ ପ୍ରସ୍ତୁତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |