ଭୁବନେଶ୍ୱର,,୫।୧୨ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବା ଅନୁମାନ କରାଯାଇଛି ।ଏହି ବାତ୍ୟାର ପ୍ରଭାବ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ପୁଡୁଚେରୀ ଉପରେ ରହିବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀରେ ସୋମବାର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ତେଲଙ୍ଗାନାରେ ୫ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାର ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ରାଜ୍ୟଗୁଡ଼ିକରେ ଏନଡିଆରଏଫ ଓ ଏସଡିଆରଏଫକୁ ମୁତୟନ କରାଯାବାତ୍ୟା ମିଗଜୋମର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ଓଡିଶାରେ ଅଳ୍ପ ପବନ ଓ ବେଶୀ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ମିଗଜୋମ ମଙ୍ଗଳବାର ଆନ୍ଧ୍ର ବାପାଟ୍ଲାରେ ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ । ତେଣୁ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶାରେ ପବନ କମ୍, ବର୍ଷା ଅଧିକ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |