ଭୁବନେଶ୍ୱରରେ ପହଞ୍ଚିଲା ଅଯୋଧ୍ୟା କଳସ

ନୂଆଦିଲ୍ଲୀ, ୯ା୧୨:ଜାନୁଆରୀ ୨୨ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଦ୍ରୁତ ଗତିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ କାମ। ଏହି ଭବ୍ୟ ପ୍ରତିଷ୍ଠା ଉତ୍ସବ ନିମନ୍ତ ସାରା ଦେଶବାସୀଙ୍କୁ ନିମନ୍ତ୍ରଣ କରିବା ଲାଗି ଅଯୋଧ୍ୟାରୁ ଆସିଥିବା ଏକ କଳସ ଦେଶର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରୁଛି। ଏବେ ଏହି କଳସ ଭୁବନେଶ୍ୱରରେ ଆସି ପହଞ୍ଚି ସାରିଛି।ଭୁବନେଶ୍ୱରରେ ପହଞ୍ଚିବା ପରେ କଳସକୁ ଭବ୍ୟ ସ୍ୱାଗତ କରାଯାଇଛି। ପରେ କଳସକୁଏକ ଶୋଭାଯାତ୍ରାରେ ରାମ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଆସନ୍ତା ବର୍ଷ ଜାନୁଆରୀ ୧ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଘର ଘର ବୁଲିବ ଏହି କଳସ। ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଘରେ ଘରେ ଯଜ୍ଞ ଏବଂ ପୂଜାର୍ଚ୍ଚନା କରିବା ସହ ଦୀପ ଜାଳିବା ଲାଗି ଲୋକଙ୍କୁ ଆହ୍ୱାନ କରାଯିବ ବୋଲି ଅକ୍ଷତ କଳସ ଯାତ୍ରାର ସଂଯୋଜକ କହିଛନ୍ତି।ଜାନୁଆରୀ ୨୨ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି। ଦ୍ରୁତ ଗତିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ। ପ୍ରଥମ ମହଲା ସରିବା ପରେ ଦ୍ୱିତୀୟ ମହଲା ସହ ପ୍ରାଙ୍ଗଣ କାମ ଚାଲିଛି|ସେହିପରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ନିର୍ମାଣ ଚାଲିଛି। ପ୍ରଭୁ ଶ୍ରୀରାମ ଓ ରାମାୟଣ କଥାବସ୍ତୁକୁ ନେଇ ନିର୍ମାଣ ଚାଲିଛି ପ୍ରଜ୍ଞାପନ ମେଢ଼। ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯଜମାନ ହେବେ ପ୍ରଧାନମନ୍ତ୍ରୀ ମୋଦି। ଯଜ୍ଞାନୁଷ୍ଠାନ ପାଇଁ କେବଳ କାଶୀରୁ ଆସିବେ ୪୦ ବିଦ୍ବାନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!