ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା

ଆଇଜଲ୍‌,୮/୧୨: ଜୋରମ୍‌ ପିପୁଲ୍ସ ମୁଭ୍‌ମେଣ୍ଟ୍‌(ଜେଡପିଏମ) ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପତି ରାଜଧାନୀ ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଛନ୍ତି। ଲାଲଡୁହୋମାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମ ୪୦ରୁ ୨୭ଟି ଆସନରେ ଦମ୍‌ଦାର ବିଜୟ ହାସଲ କରି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!