ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

ଝାରସୁଗଡ଼ା ,୯।୧୨:  ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ । ଝାରସୁଗଡ଼ା ବନହରପାଲି ଇବ୍-ଥର୍ମାଲ ସ୍ଥିତ ଓପିଜିସି ବିଦ୍ୟୁତ କାରଖାନାର ପାଉଁଶ ପୋଖରୀ ଭୁଶୁଡ଼ିଲା । ଆଜି ସକାଳୁ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି । ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି | ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ ମାଡ଼ିବାରେ ଲାଗିଛି | ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବାବେଳେ ଏବେ ଗାଁମୁହା ହେଲାଣି ସ୍ଲରି l ଭୟଭୀତ ଗ୍ରାମବାସୀମାନେ ଜିନିଷପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି |ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଏକର ଏକର ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବା ବେଳେ ଏବେ ଗାଁମୁହା ହେଲାଣି ପାଉଁଶ ସ୍ଲରି । ଭୟଭୀତ ଗ୍ରାମବାସୀ ଜିନିଷ ପତ୍ର ନେଇ ଗାଁ ଛାଡ଼ିବାକୁ ବସିଲେଣି ସ୍ଥାନୀୟ ଗ୍ରାମବାସୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!