ନିମ୍ନମାନର କାମ ଯୋଗୁ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜର ଓ୍ବାଲ

ନୂଆଦିଲ୍ଲୀ,୧୦।୧୨ : ନିମ୍ନମାନର କାର୍ଯ୍ୟ ପାଇଁ ଭୁଶୁଡି ପଡ଼ିଲା ନିର୍ମାଣଧୀନ ବ୍ରିଜ ୱାଲ। ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା  ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣାଧୀନ ବ୍ରିଜର୍ ବଡ଼ ୱାଲ ଗଡି ପଡ଼ିଲା। ଗତକାଲି ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଳିପଡିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ଯ୍ୟରତ ଶ୍ରମିକ।ପିଲର କାମ ସରିଥିଲା। ହେଲେ କାମ ସରିବାର ୨୪ ଘଣ୍ଟା ନପୂରଣୁ ଭୁଶୁଡ଼ି ପଡ଼ିଲା। ନିମ୍ନମାନର କାମ ଯୋଗୁ ଏପରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ।ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଅସ୍ତିଆ ଛକରୁ ଅସ୍ତିଆ ଗାଁକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇଥିବା ସାଳନ୍ଦୀ କେନାଲ ଉପରେ ପୋଲ ନିର୍ମାଣ କରାଯାଉଛି। ଦୁଇ ମାସ ହେବ ପୋଲ କାମ ଆରମ୍ଭ ହୋଇଛି। ୫ଟି ପିଲର କାମ ସରିଥିବା ବେଳେ ଗତକାଲି ଶେଷ ତଥା ୬ନମ୍ବର ପିଲରର କାମ ହୋଇଥିଲା। ହେଲେ ଗତକାଲି ତିଆରି ହୋଇଥିବା ପିଲରଟି ୨୪ ଘଣ୍ଟା ନପୂରଣୁରୁ ଆଜି ସକାଳେ ଭୁଶୁଡ଼ି ପଡ଼ିଛି। ନିମ୍ନ ମାନର କାମ ଯୋଗୁ ପୋଲଟି ଭୁଶୁଡ଼ିପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ପୋଲ କେତେ ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ କହିଛନ୍ତି, ନିମ୍ନମାନର କାମ କରାଯାଉଛି। ରାତି ଅଧିଆ କାମ କାରାଯାଉଛି। ପ୍ରଶାସନିକ ଅଧିକାରୀ ଆସି ତଦନ୍ତ କରନ୍ତୁ। ନ ହେଲେ କୋଟ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ, ହେଲେ ଏହା ଲୋକଙ୍କ କାମରେ ଏହା ଲାଗି ପାରିବ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!