‘ଖେଲୋ ଇଣ୍ଡିଆ ପାରା ଗେମ୍ସ’ ଆଜିଠାରୁ ଆରମ୍ଭ

ନୂଆଦିଲ୍ଲୀ,୧୦ା୧୨:ଭାରତରେ ପ୍ରଥମ ଥର ପାଇଁ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ୍’ ଆୟୋଜିତ ହେବାକୁ ଯାଉଛି । ଦିଲ୍ଲୀରେ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଏହି ଖେଳ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାରା କ୍ରୀଡ଼ା କ୍ଷେତ୍ରରେ ‘ଗେମ୍ ଚେଞ୍ଜର’ ଭାବେ ପ୍ରମାଣିତ ହେବା ନେଇ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ । ଏହି ଖେଳରେ ୩୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୧୩୫୦ରୁ ଉଦ୍ଧ୍ୱର୍ ଖେଳାଳୀ ଅଂଶଗ୍ରହଣ କରିବେ ।‘ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ’ର ୩ଟି ଷ୍ଟାଡ଼ିୟମ ଯଥା ଆଇଜି ଷ୍ଟାଡିୟମ, ତୁଗଲକାବାଗ୍ ଶୁଟିଂ ରେଞ୍ଜ ଏବଂ ଜବାହରଲାଲ ନେହେରୁ ଷ୍ଟାଡ଼ିୟମରେ ଏହି କ୍ରିଡ଼ା ଖେଳାଯିବ । ଏହି କ୍ରୀଡ଼ାରେ ମୋଟ୍ ୭ଟି ଇଭେଣ୍ଟ ଖେଳାଯିବ ଯଥା ପାରା ଏଥଲେଟିକ୍ସ, ପାରା ସୁଟିଙ୍ଗ୍, ପାରା ତୀରନ୍ଦାଜ, ପାରା ଫୁଟବଲ, ପାରା ବ୍ୟାଡମିଣ୍ଟନ୍, ପାରା ଟେବୁଲ ଟେନିସ୍ ଏବଂ ପାରା ଭାରୋତ୍ତଳନ । ହାଙ୍ଗ୍ଜୋ ଏସୀୟାନ୍ ପାରା ଗେମ୍ସ ତାରକା ଶୀତଲ ଦେବୀ, ଭାବିନା ପଟେଲ, ଏକତା ଭୟାନ, ନୀରଜ ଯାଦବ, ମନୀଷ, ରାକେଶ କୁମାର, ସରିତାଙ୍କ ଭଳି ଅନ୍ୟ ଖେଳାଳୀ ନିଜ ନିଜ ରାଜ୍ୟର ପ୍ରତିନିଧିତ୍ୱ କରିବେ ବୋଲି ଆଶା କରାଯାଉଛି ।କ୍ରୀଡ଼ା ଜଗତରେ ଭାରତ ସରକାରଙ୍କ ଏକ ନିଆରା ପଦକ୍ଷେପ ହେଉଛି ଖେଲୋ ଇଣ୍ଡିଆ ଯାହା ୨୦୧୭ରେ ଆରମ୍ଭ କରାଯାଇଥିଲା । ତୃଣମୂଳ ସ୍ତରରେ ଭାରତରେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଧିକରୁ ଅଧିକ ଯୁବବର୍ଗଙ୍କୁ ଏଥିରେ ସାମିଲ କରିବା ହେଉଛି ଖେଲୋ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!