ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦

ଡର୍ବାନ୍‌ ,୧୦।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନରେ ଏହି ମ୍ୟାଚ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ୍ ଦଳ ଏହି ମ୍ୟାଚ ଖେଳିବ।ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ରବିବାରଠାରୁ ଆରମ୍ଭ ହେଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଡର୍ବାନରେ ଖେଳାଯିବ। ଆହତ କାରଣରୁ ଆଇପିଏଲ୍ ପର୍ଯ୍ୟନ୍ତ ହାର୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ରହୁଥିବାରୁ, ସୂର୍ଯ୍ୟ କୁମାର ଯାଦବ ଏହି ଦଳର ନେତୃତ୍ବ ନେଉଛନ୍ତି। ଯଶପ୍ରୀତ୍ ବୁମ୍‌ରାଙ୍କ ବିଶ୍ରାମ ଏବଂ ଟ୍ବେଣ୍ଟି-୨୦ ଫର୍ମାଟରୁ ରୋହିତ ଶର୍ମା, ବିରାଟ କୋହଲି ଦୂରେଇ ରହିବା କାରଣରୁ ସୂର୍ଯ୍ୟଙ୍କ ଦଳକୁ ଅନେକ କିଛି ପ୍ରମାଣିତ କରିବାର ଅଛି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତି ଯାଇଥିବାରୁ ଏହି ଦଳର ମନୋବଳ ନିଶ୍ଚିତ ଉଚ୍ଚରେ ରହିଛି। କିନ୍ତୁ ବିଦେଶ ପରିବେଶରେ ଦଳ କିଭଳି ଖେଳୁଛି ଦେଖିବାର ଅଛି। ଦିନିକିଆ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଦଳ ଟ୍ବେଣ୍ଟି-୨୦ ଫର୍ମାଟ ବିଶ୍ବକପ୍‌ର ୬ ମାସ ଥିବାରୁ ନିଜକୁ ପ୍ରସ୍ତୁତ କରିବାକୁ ଏହିଠାରୁ ହିଁ ଅଭିଯାନ ଆରମ୍ଭ କରିବାକୁ ପସନ୍ଦ କରିବ। ଆଇପିଏଲ୍ ପରବର୍ତ୍ତୀ ୧ ମାସ ନିଶ୍ଚିତ ନିର୍ଣ୍ଣୟ କରିବ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ। କାରଣ ଫର୍ମ ଓ ଫିଟନେସ୍‌ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।

ଭାରତ ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଜ‌ିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକେ, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ/ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍‌, ଡୋନୋଭାନ ‌ଫେରେଇରା, ମାର୍କୋ ୟାନସେନ୍‌/ଆନ୍ଦିଲ ଫେଲୁକ୍ବାୟୋ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନନ୍ଦ୍ରେ ବର୍ଜର, ତାବ୍ରାଇଜ୍ ସାମସି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!