ଡମ୍ଫର-କାର୍‌‌ ଧକ୍କା ; ୮ ବରଯାତ୍ରୀ ଜୀବନ୍ତ ଦଗ୍ଧ

ବରେଲି ,୧୦।୧୨:ଉତ୍ତର ପ୍ରଦେଶର ବରେଲିରେ ଶନିବାର ବିଳମ୍ବିତ ରାତିରେ କାର୍-ଡମ୍ଫର ଧକ୍କା ଯୋଗୁଁ ଜଣେ ଶିଶୁ ସହ ୮ ଜଣ   ପ୍ରାଣ ହରାଇଛନ୍ତି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଡମ୍ଫରକୁ ପଛପଟୁ ଧକ୍କା ଦେଇଥିଲା କାର୍ । ଏହାପରେ କାରରେ ନିଆଁ ଲାଗିଯାଇଥିଲା। କାର୍ ସେଣ୍ଟ୍ରାଲ ଲକ୍ ହୋଇଯାଇଥିବାରୁ ଦୁର୍ଘଟଣା ପରେ କାର୍ ଭିତରେ ଥିବା ଯାତ୍ରୀ ବାହାରକୁ ଆସିପାରିନଥିଲେ । ବରେଲି ଏସପି ସୁଶୀଲ ଚନ୍ଦ୍ର ଭାନଙ୍କ ସୂଚନା ମୁତାବକ କାର୍ ବିପରୀତ ଲେନରେ ଯାଇ ଡମ୍ଫର ସହ ଧକ୍କା ହୋଇଥିଲା। ଭୋଜିପୁରା ନିକଟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। କାରଟି ଡମ୍ଫର ସହ ଧକ୍କା ହେବା ପରେ ଜଳି ଯାଇଥିଲା। ପୁଲିସ କହିଛି ଯେ କାରରେ ଥିବା ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ ।ଉତ୍ତରପ୍ରଦେଶ ବରେଲୀର ଭୋଜୀପୁରା ନୈତିତାଲ ରାଜପଥରେ ଶନିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭୋଜୀପୁରା ଥାନା ଠାରୁ କିଛି ଦୂରରେ ଏକ ଡମ୍ଫର ସହ ଧକ୍କା ହେବା ପରେ ଏକ କାର୍‌‌ରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସମସ୍ତ ମୃତକ କାରରେ ଯାତ୍ରା କରୁଥିବା ଯାତ୍ରୀ ହୋଇଥିବା ବେଳେ ସେମାନେ ବରଯାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ସମସ୍ତ ମୃତକଙ୍କୁ ଉଦ୍ଧାର କରିଥିଲେ।କାର୍‌‌ରେ ଥିବା ଯାତ୍ରୀ ବରେଲୀ ସହରରେ ଆୟୋଜିତ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ। ପରିବାର ଲୋକେ ଦୁର୍ଘଟଣା ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଛି।କାରଟି ଦ୍ରୁତ ଗତିରେ ଥିବା ସହ ଏହା ୫ ଫୁଟ୍‌‌ ଉଚ୍ଚତା ବିଶିଷ୍ଟ ଡିଭାଇଡର ଉପରେ ଚଢି ରାସ୍ତାର ଆରପଟକୁ ବିପରୀତ ଦିଗରେ ଆସୁଥିବା ଡମ୍ଫର ସହ ଧକ୍କା ହୋଇଥିଲା। ଡମ୍ଫରଟି ମଧ୍ୟ ଦ୍ରୁତ ଗତିରେ ଥିଲା। ଦୁର୍ଘଟଣା ମାତ୍ରେ ଡମ୍ଫର ମଧ୍ୟ କାରକୁ ପ୍ରାୟ ୨୫ ମିଟର ରାସ୍ତା ଯାଏଁ ଘୋଷାଡି ନେଇଥିଲା। ଏହାପରେ କାରଟି ଡମ୍ଫର ମଧ୍ୟରେ ଫସି ରହିବା ସହ ନିଆଁ ଲାଗି ଯାଇଥିଲା। ପ୍ରାୟ ୪୫ ମିନିଟ୍‌‌ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ମାତ୍ର ସେତେବେଳକୁ ସମସ୍ତେ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!