ଭୁବନେଶ୍ୱର, ୧୦।୧୨ : ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର୍)ରୁ ୩ ମାସ ମିସାଇଲ ବା କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ। ଲକ୍ଷାଧିକ ଅଲିଭ ରିଡ୍ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ବରରୁ କେନ୍ଦ୍ରାପଡ଼ା, ଜଗତ୍ସିଂହପୁରରୁ ଗଞ୍ଜାମ ଯାଏ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଚାନ୍ଦିପୁରର ଆଇଟିଆର ରୁ ୩ ମାସ ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଚ ଓଡ଼ିଶା ଉପକୂଳକୁ ଆସିଥାନ୍ତି । ଜାନୁଆରୀରୁ ମେ ଯାଏଁ ଅଣ୍ଡାଦାନ ପ୍ରକ୍ରିୟା ଜୋରଦାର ହୋଇଥାଏ । ବିଲୁପ୍ତ ପ୍ରାୟ ଅଲିଭ ରିଡ଼ଲେ କଇଁଚଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଅେନକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଲିଭ ରିଡ଼ଲେ କଇଁଚ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ସବୁଠୁ ନିରାପଦ ସ୍ଥାନ ।ମତ୍ସ୍ୟଜୀବୀମାନଙ୍କୁ ମାଛଧରା ପାଇଁ ବାରଣ କରାଯାଇଥିବାବେଳେ ସେମାନଙ୍କ ଜୀବନଜୀବିକା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରେ ଜାନୁୟାରୀରୁ ମାର୍ଚ୍ଚ ଯାଏ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ଅବଦୁଲ କଲାମ ଦ୍ୱୀପ ନିକଟରେ ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥାନ। କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଶକ୍ତିଶାଳୀ ଆଲୋକ ଏବଂ ଭୟଙ୍କର ଶବ୍ଦ ହୋଇଥାଏ। ଫଳରେ କଇଁଛମାନେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ସେଠାରେ ପରୀକ୍ଷଣ ବନ୍ଦ କରିବା ପାଇଁ କୁହାଯାଇଛି। ସେହିଭଳି ଜଙ୍ଗଲ ବିଭାଗ ପକ୍ଷରୁ ସତର୍କ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମୁଦ୍ର କୂଳରେ ଲୋକଙ୍କ ଅଯଥା ଚଳପ୍ରଚଳ ଉପରେ ରୋକ୍ ଲଗାଯାଇଛି। ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ ରିଡ୍ଲେଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଓଡ଼ିଶା ଉପକୂଳରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅଣ୍ଡାଦାନ କରିଥାନ୍ତି। ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଅଲିଭ ରିଡ୍ଲେ କଇଁଛ ପ୍ରଜନନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ସବୁଠୁ ନିରାପଦ ସ୍ଥାନ। ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଲକ୍ଷାଧିକ ଅଲିଭ ରିଡ୍ଲେ କଇଁଛ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି। ଜାନୁୟାରୀରୁ ମେ’ ଯାଏ ଅଣ୍ଡାଦାନ ପ୍ରକ୍ରିୟା ଚାଲିଥାଏ। ତେଣୁ ଏହି ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ଜଙ୍ଗଲ ବିଭାଗ ତତ୍ପରତା ଦେଖାଇଛି। ଏଥିସହ ବିଲୁପ୍ତ ପ୍ରାୟ ଏହି ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଅନେକ ପ୍ରତିଷେଧକ ପଦକ୍ଷେପ ନେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |