ମଦ ଭାଟି ଟଙ୍କା ଗଦାରୁ ବାହାରିଲା ଇନ୍ସପେକ୍ଟର ତିୱାରୀ ନାଁ

ଭୁବନେଶ୍ୱର,,୯।୧୨:ଓଡ଼ିଶାରେ ପୁଳାପୁଳା ଟଙ୍କା ଜବତ ଘଟଣାରେ ନୂଆ ସୁରାକ ମିଳିଛି। ଜବତ ଟଙ୍କା ବ୍ୟାଗ୍‌ର ଏକ ସ୍ୱତନ୍ତ୍ର ପଲିଥିନରୁ ବାହାରିଲା ୫ ଲକ୍ଷ ଟଙ୍କାର ପୁଡ଼ିଆ। ସଂପୃକ୍ତ ପଲିଥିନରେ ଲେଖା ହୋଇଛି ‘ଇନ୍ସପେକ୍ଟର ତିୱାରୀ’। ତେବେ ଏଠି ପ୍ରଶ୍ନ ଉଠୁଛି, ଇନ୍ସପେକ୍ଟର ତିୱାରୀ କିଏ? ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଆୟକର ବିଭାଗ ଓ ପୁଲିସ୍‌।ଇନ୍ସପେକ୍ଟର ତିୱାରୀ କିଏ? ମଦ ଭାଟି ଟଙ୍କା ଗଦାରୁ ତାଙ୍କ ନାଁ ବାହାରିଲା। ତାଙ୍କ ସହିତ ମଦ ଭାଟି ମାଲିକଙ୍କର କ’ଣ ରହିଛି ସମ୍ପର୍କ? ଏହି ନାଁକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଲିଛି ଚର୍ଚ୍ଚା। ଅନ୍ୟପକ୍ଷରେ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି।ସେପଟେ ପୁଣି ବାହାରିଛି ପୁଳାପୁଳା ଟଙ୍କା। ବଲାଙ୍ଗିର ସୁଦପଡ଼ା ମଦଭାଟି ଆଇରନ ଲକରରୁ ବାହାରିଲା ଟଙ୍କା। ଲକରକୁ ଗ୍ୟାସ କଟରରେ କାଟି ବାହାର କରାଗଲା ଟଙ୍କା। ବାହାରିଥିବା ଟଙ୍କାକୁ ସେହି ମଦଭାଟିରେ ଗଣାଯିବାକୁ ବ୍ୟବସ୍ଥା କରାଗଲା। ଟଙ୍କା ଗଣିବାକୁ ମେସିନ୍‌ ସହ କିଛି SBI କର୍ମଚାରୀ ପହଞ୍ଚିଲେ। ଗଣତି ପରେ କେତେ ଟଙ୍କା ବାହାରିଲା, ତାହା ସ୍ପଷ୍ଟ ହେବ। ପୂର୍ବରୁ ସେହି ଭାଟିରୁ ବାହାରିଥିଲା ୧୫୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍। ସୁଦପଡ଼ା ମଦଭାଟିର ମ୍ୟାନେଜର ହେଉଛନ୍ତି ବଣ୍ଟି। ଗତ ଦୁଇ ଦିନ ହେଲା ଆୟକର ବିଭାଗ, ଅବକାରୀ ବିଭାଗ ଓ ପୁଲିସ୍‌ ତାଙ୍କୁ ଧରି ଟଙ୍କା ଲିଙ୍କର ଖୋଳତାଡ଼ କରୁଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!