ପାରାଦୀପ ଆସିଲେ ଦୁଇ ଇଣ୍ଟରପ୍ରିଟର

ଜଗତସିଂହପୁର,,୯।୧୨:ପାରାଦ୍ଵୀପ ବନ୍ଦରର ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା। ପାରାଦ୍ଵୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍। ତେବେ ଜାହାଜର ସମସ୍ତ ମେମ୍ବର ଭିଏତନାମର ହୋଇଥିବାରୁ ଭାଷା ବୁଝିବା ପାଇଁ ତଦନ୍ତରେ ଅସୁବିଧା ହେଉଥିଲା। ଯାହା ଫଳରେ ଅନୁବାଦକଙ୍କର ସହଯୋଗ ନିଆଯାଇଥିବା ଜଣାପଡିଛି। ସେପଟେ ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି। ଅନ୍ୟପଟେ ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଏବେ ତଦନ୍ତରେ ଅଧିକ ଗୁମର ଫିଟିବ ବୋଲି ଆଶଙ୍କା କରାଯାଉଛି।କିଛିଦିନ ତଳେ ପାରାଦୀପ ବନ୍ଦର PICT ବର୍ଥରେ ଲାଗିଛି MV DEBI ଜାହାଜ। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟକୁ ଆସିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ଡେନମାର୍କ ଅଭିମୁଖେ ଯାଇଥାନ୍ତା। ହେଲେ ତା’ପୂର୍ବରୁ ଜାହାଜ ଭିତରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଦେଖିବାକୁ ପାଇଥିଲେ। ଏହା ପରେ ତତ୍ପର ହୋଇଥିଲା CISF, ପାରାଦୀପ ପୁଲିସ୍‌, ଡଡ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ। ଯାଞ୍ଚ ପରେ କୋକେନ୍‌ ବୋଲି ଜାଣିବାକୁ ପାଇଥିଲେ। ୨୨୦ କୋଟି ଟଙ୍କାର କୋକେନ୍‌ ଜବତ କରିଥିଲା କଷ୍ଟମ୍ସ ବିଭାଗ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!