ନୂଆଦିଲ୍ଲୀ, ୯।୧୨: ଆସନ୍ତା ମାସରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାରି ମଧ୍ୟରେ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜରେ ସୁନ୍ଦର ଖୋଦିତ କଳାକୃତି ଦେଖିବାକୁ ମିଳୁଛି। ମନ୍ଦିର ଟ୍ରଷ୍ଟର ଅଧିକାରୀ ଏହି ଚିତ୍ର ପ୍ରକାଶ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଉଦ୍ଘାଟନୀ ଉତ୍ସବ ଆସନ୍ତା ବର୍ଷ ୨୨ ଜାନୁୟାରୀ ୨୦୨୪ ରେ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହର ଚିତ୍ର ଶ୍ରୀ ରାମଜନମଭୂମି ତିର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ସେୟାର କରିଛନ୍ତି। ଭଗବାନ ଶ୍ରୀ ରାମଲାଲାଙ୍କ ଗର୍ଭଗୃହ ଆସିଲା ପ୍ରଥମ ଫଟୋ | ଗର୍ଭ ଗୃହ ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି | ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଫଟୋ ଶେୟାର କଲେ ଶ୍ରୀରାମ ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର କାର୍ଯ୍ୟଳୟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ।ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଅଯୋଧ୍ୟା ନଗରୀକୁ ତ୍ରେତୟା ଭଳି ସଜାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଅଯୋଧ୍ୟାର ବ୍ରହ୍ମା ନଗରୀର ଟେଣ୍ଟ ସିଟିରେ ପ୍ରଭୁ ଶ୍ରୀରାମଙ୍କ “ଚରଣ ପାଦୂକା” ସ୍ଥାପନ କରାଯାଇଛି । ତେବେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରର ଗର୍ଭଗୃହର ପ୍ରଥମ ଫଟୋ ଏବେ ସୋସିଆଲମିଡିଆରେ ପୋଷ୍ଟ କରାଯାଇଛି।ଡିସେମ୍ବର ୧୫ ସୁଦ୍ଧା ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ ପାଇଁ ପ୍ରସ୍ତୁତ ହୋଇଯିବ। ରାମଲାଲାଙ୍କର ତିନୋଟି ମୂର୍ତ୍ତି (ଭଗବାନ ରାମଙ୍କର ଶିଶୁ ରୂପ) ତିଆରି କରାଯାଉଛି। ଅଧିକାରୀ କହିଛନ୍ତି ଯେ ଭଗବାନ ରାମଲାଲାଙ୍କ ତିନୋଟି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି, ସେଥିମଧ୍ୟରୁ ଗୋଟିଏ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ। ସେ କହିଛନ୍ତି ଯେ ତିନୋଟି ପ୍ରତିମୂର୍ତ୍ତି ମଧ୍ୟରୁ ଦୁଇଟି କର୍ଣ୍ଣାଟକରୁ ଏବଂ ଗୋଟିଏ ରାଜସ୍ଥାନରୁ ଆସିଥିବା ସ୍ୱତନ୍ତ୍ର ପଥରରେ ନିର୍ମାଣ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |