ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୯।୧୨:- ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଶରତ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ମିନତି ଦାଶ, ଏବିଇଓ ଦେବରାଜ ଗୋପାଳ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ୧୮ ଡିସେମ୍ବର ସୋମବାର ଦିନ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ଲକ ରେ ରହିଥିବା ଭିନ୍ନ କ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ଶିବିର ରେ ଆଣିବା ପାଇଁ ବିଡିଓ ଶରତ ମାଝୀ କହିଥିଲେ। ସରକାରଙ୍କ ତରଫରୁ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉ ଥିବାରୁ ଏହାର ଲାଭ ଉଠାଇବାକୁ କହିଥିଲେ। ବିଶେଷ କରି ଶିବିର କୁ ଆସିବା ପୂର୍ବରୁ ଭିନ୍ନକ୍ଷମ ମାନେ ଅନ ଲାଇନ୍ ନାମ ପଞ୍ଜୀକୃତ କରିବା ସହ ଆବଶ୍ୟକ କାଗଜ ପତ୍ର ଧରି ଆସିବାକୁ କୁହା ଯାଇଥିଲା। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର, କମ୍ପ୍ୟୁଟର କିମ୍ବା ମୋବାଇଲ ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ କହିଥିଲେ। ଏହି ପ୍ରସ୍ତୁତି ବୈଠକ ରେ ବ୍ଲକ ର ସମସ୍ତ ସରପଞ୍ଚ, ପିଇଓ, ଜି ଆର ଏସ, ଯୋଗାଣ ସହାୟକ, ଅଙ୍ଗନୱାଡ଼ି କର୍ମୀ ତଥା ଅନ୍ୟ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |