ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୯।୧୨:ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ଶିକ୍ଷକ ମାନଙ୍କୁ ଶୁକ୍ରବାର ଟାବଲେଟ ବଣ୍ଟନ କରାଯାଇଛି । ଉକ୍ତ ଟାବଲେଟ ମାଧ୍ୟମ ରେ ଶିକ୍ଷକ ମାନେ ଅନଲାଇନରେ ଇ- ଆଟେନାନ୍ସ ପକାଇବେ । ଏହି ଟାବଲେଟ ରେ ସରକାର ଙ୍କ ତରଫରୁ ୯ ଟି ଆପ ଦିଆଯାଇଛି । ଏହି ଆପ ମାଧ୍ୟମରେ ଶିକ୍ଷକ ମାନେ ବିଭିନ୍ନ ଅନଲାଇନ୍ କାର୍ଯ୍ୟ କରିବେ । ବ୍ଲକ୍ ଅଧୀନ ମୋଟ ୧୮୪ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଏହି ଟାବଲେଟ ବଣ୍ଟନ କରାଯାଇଛି । ଏହି ଟାବଲେଟ ବଣ୍ଟନ ସମୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ , ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଆର୍ ସିସି ଭଗବାନ ମାଝୀ , ଅତିରିକୁ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ , ସିଆର ସି ସି ହେମନୁ କୁମାର ପଣ୍ଡା , ପ୍ରସନ୍ନ କୁମାର ଦଣ୍ଡସେନା ଙ୍କ ସମେତ ସମସ୍ତ ସିଆରସିସି ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!